ଭାରତକୁ ଯେବେ ଯାଏଁ ୧ ନମ୍ବର ନକରିଛି, ଭଗବାନ ମତେ ମୃତ୍ୟୁ ନଦିଅନ୍ତୁ: କାହିଁକି ଏମିତି କହିଲେ କେଜ୍ରିୱାଲ?

565

କନକ ବ୍ୟୁରୋ: ମହାରାଷ୍ଟ୍ରରେ ପହଞ୍ଚିଛନ୍ତି ଅରବିନ୍ଦ କେଜ୍ରିୱାଲ । ସେଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ବେଳେ ଏଥିରେ ସେ କାହା ନାଁ ନନେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ଏହାସହ ମହାରାଷ୍ଟ୍ରରେ ସ୍କୁଲ ବ୍ୟବସ୍ଥା ଉପରେ ମଧ୍ୟ କହିଥିଲେ । କେବଳ ସ୍କୁଲ ନୁହେଁ ସେ ଦୁର୍ନୀତିର ମୁଦ୍ଦା ମଧ୍ୟ ଉଠାଇଥିଲେ ।

ଅରବିନ୍ଦ କେଜ୍ରିୱାଲ କହିଥିଲେ, ମୁଁ ରାଜନୀତିରୁ କ୍ୟାରିୟର କରିବାକୁ ଆସିନି ବରଂ ନିଜ କ୍ୟାରିୟର ଛାଡି ଭାରତ ମା ପାଇଁ ରାଜନୀତିକୁ ଆସିଛି । ମୁଁ ସତ୍ତା ପାଇବାକୁ ନୁହେଁ ଦେଶ ବଞ୍ଚାଇବାକୁ ରାଜନୀତିକୁ ଆସିଛି । ଭଗବାନଙ୍କୁ କେବଳ ୨ଟି ଜିନିଷ ମାଗୁଛି । ପ୍ରଥମ ଭାରତ ବିଶ୍ୱର ୧ ନମ୍ବର ଦେଶ ହେଉ, ଆଉ ଦ୍ୱିତୀୟ ଭାରତ ୧ ନମ୍ବର ଦେଶ ନହେବା ଯାଏଁ ମତେ ମୃତ୍ୟୁ ନମିଳୁ ।

aସେ ଆହୁରି ମଧ୍ୟ କହିଛନ୍ତି, ମତେ ରାଜନୀତି ଆସେନି, ମତେ କେବଳ କାମ କରିବା ଆସେ । ଚୋରି, ଗୁଣ୍ଡାଗର୍ଦ୍ଦି, ଭ୍ରଷ୍ଟାଚାର, ଦଙ୍ଗା କରିବା ଆସେନି । ଆମକୁ ସ୍କୁଲ ଓ ହସ୍ପିଟାଲ ତିଆରି କରିବା ଆସେ । କେବଳ ବିଜେପି ନୁହେଁ ସେ ମହାରାଷ୍ଟ୍ରର ଶିକ୍ଷା ବ୍ୟବସ୍ଥାକୁ ନେଇ ସେଠାକାର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।