କନକ ବ୍ୟୁରୋ : ଶିକ୍ଷା, ସ୍ୱାସ୍ଥ୍ୟ ଓ ମାଗଣା ବିଜୁଳି ମୂୁଦ୍ଦାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ଏହି କ୍ରମରେ ଦିଲ୍ଲୀର ୨ ଟି ସରକାରୀ ସ୍କୁଲ ଦେଶରେ ରାଜ୍ୟ ସରକାର ମାନେ ଚଳାଉଥିବା ସ୍କୁଲମାନଙ୍କ ମଧ୍ୟରେ ଟପ୍ ର୍ୟାଙ୍କରେ ରହିଛି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଶିକ୍ଷା ବିଭାଗକୁ ଧନ୍ୟବାଦ ଦେଇଛନ୍ତି । ଏନେଇ କେଜ୍ରିୱାଲ ଏକ ଟ୍ୱିଟ କରି ଲେଖିଛନ୍ତି କି ‘ମୁଁ ମୋର ଶିକ୍ଷା ବିଭାଗକୁ ନେଇ ଗର୍ବିତ, ଦିଲ୍ଲୀର ସରକାରୀ ସ୍କୁଲ ଭାରତରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସରକାରଙ୍କ ସର୍ବଶ୍ରେଷ୍ଠ ସ୍କୁଲ ତାଲିକାରେ ଏଜୁକେଶନ ୱାର୍ଲ୍ଡ ସ୍କୁଲ ରାକିଙ୍ଗ ତାଲିକାରେ ପୁଣିଥରେ ଶୀର୍ଷ ସ୍ଥାନ ଅଧିକାର କରିଛି ’
ଏଜୁକେଶନ ୱାର୍ଲ୍ଡ ତରଫରୁ ଜାରି କରାଯାଇଥିବା ରାକିଙ୍ଗ ତାଲିକାରେ ଦିଲ୍ଲୀ ସରକାରଙ୍କ ଦ୍ୱାରା ଦ୍ୱାରକାରେ ଥିବା ରାଜକୀୟ ପ୍ରତିଭା ବିକାଶ ବିଦ୍ୟାଳୟ ପ୍ରଥମ ସ୍ଥାନରେ ଥିବା ବେଳେ ଯମୁନା ନଗର ସ୍ଥିତ ରାଜକୀୟ ପ୍ରତିଭା ବିକାଶ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନରେ ରହିଛି । ଏଜୁକେଶନ ୱାର୍ଲ୍ଡ ଶିକ୍ଷକ ଓ ଅବିଭାବକ ପାଇଁ ଏକ ପୋର୍ଟାଲ, ଯିଏ କି ପ୍ରତିବର୍ଷ ଦେଶର ସ୍କୁଲମାନଙ୍କର ରାକିଙ୍ଗ୍ ଜାରି କରିଥାଏ ।
Proud of my Team Education
Once again,Delhi Govt Schools top the Education World School Rankings, with the best state govt school in India, and 5 of top 10 state govt schools of the country being from Delhi
Congratulations to Team Education on this amazing feat. pic.twitter.com/ePhUYHhZG5
— Arvind Kejriwal (@ArvindKejriwal) October 12, 2022
କେଜ୍ରିୱାଲ କହିଛନ୍ତି କି ଏଜୁକେଶନ ୱାର୍ଲ୍ଡ ଦ୍ୱାରା ଜାରି କରାଯାଇଥିବା ଦେଶର ସର୍ବଶ୍ରେଷ୍ଠ ୧୦ ଟି ସରକାରୀ ସ୍କୁଲ ମଧ୍ୟରୁ କେବଳ ଦିଲ୍ଲୀରେ ରହିଛି ୫ ଟି ସ୍କୁଲ । ଏନେଇ ସେ ଦିଲ୍ଲୀ ଶିକ୍ଷା ବିଭାଗକୁ ଧନ୍ୟବାଦ ଦେବା ସହ ଏହା ଏକ ସୁନ୍ଦର ଉପଲବ୍ଧି ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/23-3.jpg)