‘ନ୍ୟୁୟର୍କ ଟାଇମ୍ସ’ରେ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଶଂସା । ସେଥିପାଇଁ ତାଙ୍କ ବିରୋଧରେ ଷଡଯନ୍ତ୍ର ହେଉଛି କହିଲେ କେଜ୍ରିୱାଲ

111

କନକ ବ୍ୟୁରୋ: ‘ଆମେରିକା ବିଶ୍ୱର ସବୁଠୁ ସମୃଦ୍ଧ ରାଷ୍ଟ୍ର । ଏଠିକାର ସବୁଠାରୁ ବଡ ସମ୍ବାଦପତ୍ର ହେଉଛି ନ୍ୟୁୟର୍କ ଟାଇମ୍ସ । ଏହାର ସାମନା ପୃଷ୍ଠାରେ କାହାରି ଖବର ଛପିବା ସୌଭାଗ୍ୟର କଥା । ଏହି ପୃଷ୍ଠାରେ ଦିଲ୍ଲୀର ଖବର, ଏଠିକାର ଶିକ୍ଷା ବ୍ୟବସ୍ଥା ଖବର ଛପିଛି । ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିୟାଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି । ତେଣୁ ତାଙ୍କ ବିରୋଧରେ ଷଡଯନ୍ତ୍ର ହେଉଛି । ଯାହାର ପ୍ରମାଣ ହେଉଛି ସିସୋଦିୟାଙ୍କ ଘରେ ବାରମ୍ବାର ସିବିିଆଇ ଚଢଉ କରୁଛି’ । ଗଣମାଧ୍ୟମରେ ଦିଲ୍ଲୀର ବିକାଶ ଓ ସିସୋଦିୟାଙ୍କୁ ନେଇ ଭୂୟସୀ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

‘ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିୟା କେବଳ ଦିଲ୍ଲୀର କି ଦେଶର ନୁହେଁ ବରଂ ପୁରା ବିଶ୍ୱରେ ଜଣେ ଭଲ ଶିକ୍ଷା ମନ୍ତ୍ରୀ ବୋଲି ମାନ୍ୟତା ମିଳିଛି । ଦିଲ୍ଲୀର ଶିକ୍ଷା ବ୍ୟବସ୍ଥା ଅ÷ନ୍ୟ ସବୁ ରାଜ୍ୟ ପାଇଁ ରୋଲ ମଡେଲ । ଏଠାରେ ଘରୋଇ ଶିକ୍ଷାଷ୍ଠାନ ଛାଡି ସରକା ରୀ ସ୍କୁଲରେ ନାଁ ଲେଖାଉଛନ୍ତି ଛାତ୍ରଛାତ୍ରୀ । ଏଠାରେ ପାଠ ପଢି ପିଲାମନେ ସମର୍ଥ ହୋଇ ବାହାରୁଛନ୍ତି, ଯାହାକୁ ଆମରେିକାର ‘ନ୍ୟୁୟର୍କ ଟାଇମ୍ସ’ରେ ଛପାଯାଇଛି । ଏହା ସବୁଦେଶବାସୀଙ୍କ ପାଇଁ ଗର୍ବର କଥା’ ।
‘ହେଲେ ଏକଥାକୁ କିଛି ନେତା ସହିପାରୁନାହାଁନ୍ତି । ସିବିଆଇ , ଇଡିକୁ ଢାଲ କରି ଷଡଯନ୍ତ୍ର କରୁଛନ୍ତି । ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ହେଲାଣି । ତଥାପି ଭାରତ ଏକ ବିକଶିତ ରାଷ୍ଟ୍ର ହୋଇପାରୁନାହିଁ । ଯେଉଁ ଦେଶରେ ଏଭଳି ଗୋଡଟଣା ସରକାର ଥିବ, ଯେଉଁଠି ଏଭଳି ଷଡଯନ୍ତ୍ରକାରୀ ଥିବେ ସେଠି ଦେଶ ଉନ୍ନତି କିପରି କରିବ?’ ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିୱାଲ ।

ଯେଉଁଠି ବିକାଶ ଅଛି ସେଠି ଷଡଯନ୍ତ୍ର ଅଛି । ପ୍ରତିବନ୍ଧକ ତ ଆସିବ ।ହେଲେ ଏହାକୁ ଡରି ବିକାଶ ପଥରୁ ଦୂରେଇ ଯିବା ନାହିଁ । ତେଣୁ ୧୩୦ କୋଟି ଲୋକଙ୍କୁ ଏକ ମନ ହୋଇ ଆଗେଇ ଯିବାକୁ ଅପିଲ କରିଛନ୍ତି କେଜ୍ରିୱାଲ । ଏହାସହ ୯୫୧୦୦୦୧୦୦୦ ନମ୍ବର ଘୋଷଣା କରି ଦେଶର ବିକାଶ ପାଇଁ ଏହି ନମ୍ବରକୁ ମିସଡ୍ କଲ କରିବାକୁ ଅନୁରୋଧ କରିଛନ୍ତି କେଜ୍ରିୱାଲ ।