କନକ ବ୍ୟୁରୋ: ଜୟଦେବ ବିଧାୟକ ଅରବିନ୍ଦ ଢାଲିି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ହେଲେ, କାହିଁକି ଦଳ ଛାଡିଲେ, ସେନେଇ ଇସ୍ତଫା ପତ୍ରରେ କିଛି ଉଲେଖ କରି ନାହାନ୍ତି ଅରବିନ୍ଦ । କିନ୍ତୁ ବିଜେଡି ଛାଡିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ ରବିବାର ବିଜେପିରେ ସାମିଲ ହେବେ ବୋଲି କହିଛନ୍ତି ।

Advertisment

ଅରବିନ୍ଦ ଢ଼ାଲି ପାଂଚ ଥରର ବିଧାୟକ । ୧୯୯୨ରୁ ୨୦୦୪ ପର୍ଯ୍ୟନ୍ତ ମାଲକାନଗିରିରୁ ବିଜେପି ଟିକେଟରେ ବିଧାୟକ ହୋଇଥିଲେ । ୨୦୦୯ ଓ ୨୦୧୯ରେ ବିଜେଡି ଟିକେଟରୁ ଜୟଦେବ ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ । ହେଲେ, ୨୦୨୪ ନିର୍ବାଚନ ପୂର୍ବରୁ ସେ ବିିଜେଡି ଛାଡିବାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ତେବେ ଅରବିନ୍ଦଙ୍କୁ ଏଥର ଟିକେଟ ମିଳିବନି ବୋଲି କୁହାଯାଇଥିବାରୁ ସେ ବିଜେଡି ଛାଡିଥିବା କହିଛନ୍ତି ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର ।

ସେହିପରି ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ ମଧ୍ୟ, ଖୁବଶୀଘ୍ର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ଆସନ୍ତା ୪ତାରିଖରେ ଭୁବନେଶ୍ୱରରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଆଗକୁ ନିର୍ବାଚନ ଆସୁଥିବାରୁ ନେତାଙ୍କ ଦଳଡିଆଁ ଆହୁରି ଜୋରଦାର ହେବ ।