ଗୋଟେ ଆଙ୍ଗୁଳି ଅନ୍ୟ ଆଡକୁ କଲେ, ୪ଟି ଆଙ୍ଗୁଳି ନିଜ ଆଡକୁ ଆସେ । ପିଏମଓରେ କେତେ ଜଣ ଅବସରପ୍ରାପ୍ତ ଅଫିସର ଅଛନ୍ତି ବୋଲି ପ୍ରଶ୍ନ କଲେ ଶାସକ ଦଳର ବିଧାୟକ ଅରୁଣ ସାହୁ ।

183

କନକ ବ୍ୟୁରୋ : ଶୂନ୍ୟକାଳରେ ବିରୋଧୀ ଦଳ ନେତା ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ ପରେ ଉତ୍ତର ରଖିଲେ ବିଜେଡି ବିଧାୟକ ଅରୁଣ ସାହୁ । ଗୋଟେ ଆଙ୍ଗୁଳି ଅନ୍ୟକୁ ଦେଖେଇଲେ ଚାରୋଟି ଆଙ୍ଗୁଳି ନିଜ ଆଡକୁ ଆସିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବୋଧ ହୁଏ, ବିରୋଧୀ ଦଳ ନେତାଙ୍କ କଳି ରହିଛି ସେଥିପାଇଁ ତାଙ୍କୁ ଅକଳରେ ପକାଇବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ଅଫିସରେ କେତେ ଜଣ ଅବସରପ୍ରାପ୍ତ ଅଧିକାରୀ ଅଛନ୍ତି ବୋଲି ପ୍ରଶ୍ନ କଲେ ବିଜେଡି ବିଧାୟକ ଅରୁଣ ସାହୁ । ପ୍ରଧାନମନ୍ତ୍ରୀଙ୍କ ଅଫିସ ତଥା ସାଉଥ ବ୍ଲକରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଧିକାରୀଙ୍କୁ ନେଇ ପ୍ରଶ୍ନ କଲେ ଅରୁଣ ।

ଖୋଲା ମାର୍କେଟରୁ ଆରଏସଏସ କ୍ୟାଡରରୁ ଉଠାଯାଇ ଜଏଣ୍ଟ ସେକ୍ରେଟେରୀ ରଖାଯାଉଛି । ସମ୍ବିଧାନର କେଉଁଠି ଲେଖା ଯାଇଛି ଅବସରପ୍ରାପ୍ତ ଅଧିକାରୀଙ୍କୁ ରଖା ଯାଇ ପାରିବ ନାହିଁ । ବିଜେପି ଶାସିତ ରାଜ୍ୟରେ କେତେ କେତେ ଜଣ ଅଛନ୍ତି ହିସାବ କର ? ବିଧାନସଭାରେ ଯେଉଁ ଯେଉଁ ମାନେ ନାହାନ୍ତି, ସେମାନଙ୍କ ନାଁ ନେବା କଥା ନୁହେଁ । ଏହି ମାନସିକତା ପରିହାର କରନ୍ତୁ ବିରୋଧୀ । ଗୋଟେ ମାନସିକତା ନେଇ ବିଧାନସଭାକୁ ଆସୁଛନ୍ତି । ଏହି ବାଚାଳାମି କେତେ ଦିନ ଚାଲିବ ? ଜଣେ ମାନସିକ ରୋଗ ବିଶେଷଜ୍ଞ ରୋଗର ନିରାକରଣ କରିପାରିବେ ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଫିସରଙ୍କୁ ନେଇ ଗୃହରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।