ଜମ୍ମୁ-କାଶ୍ମୀରରେ ପଥରଫିଙ୍ଗାଳି ଯୁବକଙ୍କ ବାପା ମା’ଙ୍କୁ ସେନାର ଚେତାବନୀ । ନିଜ ପିଲାକୁ ପଥର ଫିଙ୍ଗିବାରୁ ବାରଣ କରନ୍ତୁ ନହେଲେ…

484

କାଶ୍ମୀର ମା’ ମାନଙ୍କୁ ସେନାର କଡା ଚେତାବନୀ । ନିଜର ଫଥରଫିଙ୍ଗାଳୀ ପୁଅଙ୍କୁ ବୁଝାଇ ଭଲ ବାଟକୁ ଆଣିବାକୁ ଚେତାଇ ଦେଇଛି ସେନା । କାରଣ ଅଧିକାଂଶ ଫଥର ପିଙ୍ଗାଳି ଯୁବକ ମାନେ ପରବର୍ତ୍ତୀ ସମୟରେ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ ହେଉଥିବାର ନଜିର ରହିଛି । ଯେଉଁମାନଙ୍କୁ ଅକାଳରେ ସେନା ହାତରେ ପ୍ରାଣ ହରାଇବାକୁ ପଡୁଛି ।  ପ୍ରାୟ ୮୩ ପ୍ରତିଶତ ଆତଙ୍କବାଦୀଙ୍କ ଅପରାଧ ଇତିହାସ ହେଉଛି ଏମାନେ ପୂର୍ବରୁ ସେନାର ଯବାନଙ୍କ ଉପରକୁ ପଥର ପିଙ୍ଗିଥିବାର ନଜିର ରହିଛି ।

ତେବେ ଯୁବକ ମାନେ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ ହେବା ପୂର୍ବରୁ ସେମାନଙ୍କ ମା’ ମାନଙ୍କୁ ଚେତାବନୀ ଦେଇଛି ସେନା । ଏପରିକି ଗତ ଏକ ବର୍ଷ ମଧ୍ୟରେ କେତେ ଆତଙ୍କବାଦୀ ମରିଛନ୍ତି ତାହାର ହିସାବ ନିକାଶ ଦେଇଛି ସେନା । ତେଣୁ ମା’ ବାପା ମାନେ ନିଜ ପିଲାଙ୍କୁ ସେନା ଉପରକୁ ପଥର ଫିଙ୍ଗିବାରୁ ବାରଣ କରନ୍ତୁ । ନଚେତ ସେନା ବିରୋଧରେ ବନ୍ଧୁକ ଧରିବାର କିଛି ଦିନ ମଧ୍ୟରେ ନିପାତ କରିବା ନେଇ ଚେତାବନୀ ଦେଇଛି ସେନା ।

କାଶ୍ମୀରରେ ଆତଙ୍କ ସୃଷ୍ଟି କରିବାକୁ ପାକିସ୍ତାନ ବାରମ୍ବାର ପ୍ରୟାସ କରୁଛି । କିନ୍ତୁ ସୁରକ୍ଷାକର୍ମୀ ମାନେ ଆତଙ୍କବାଦୀଙ୍କ ଏହି ପ୍ରୟାସକୁ ବିଫଳ କରିଚାଲିଛନ୍ତି । ତେବେ ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ ଅମରନାଥ ଯାତ୍ରୀ ରହିଛନ୍ତି । ତେଣୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଏହାଛଡା କାଶ୍ମୀରର ସୁରକ୍ଷା ପାଇଁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଯାହା ଏବେ ଆତଙ୍କବାଦୀଙ୍କ ନିଦ ହଜାଇ ଦେଇଛି ।