ଖଲ୍ଲିକୋଟ କଲେଜରେ ଆୟୋଜିତ ଯୁଦ୍ଧ ସରଂଜାମ ପ୍ରଦର୍ଶନୀ : ଦେଖିବାକୁ ସହରର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଭିଡ

35

କନକ ବ୍ୟୁରୋ :  ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ସେନା ବାହିନୀର ବ୍ୟବହୃତ ଯୁଦ୍ଧ ସରଂଜାମ ପ୍ରଦର୍ଶନୀ । ଯୁବପୀଢିଙ୍କୁ ଆକର୍ଷିତ କରିବା ପାଇଁ ବ୍ରହ୍ମପୁରରେ ଏଭଳି ପ୍ରଦର୍ଶନୀ ଆୟୋଜନ କରାଯାଇଛି । ବାୟୁସେନା ବାହିନୀର ବନ୍ଧୁକ,ରାଡାର୍ସ,ମିସାଇଲ,ଏୟାରକ୍ରାଫ୍ଟ ଓ ଅନ୍ୟ ଯନ୍ତ୍ରପାତି ଗୁଡିକୁ ଏଥିରେ ସାମିଲ କରାଯାଇଛି ।

ଯୁଦ୍ଧ ସମୟରେ ଯନ୍ତ୍ରପାତି ଗୁଡିକ କିଭଳି ବ୍ୟବହାର କରାଯାଏ ସେ ନେଇ ସେନା କର୍ମଚାରୀ ମାନେ ଲୋକଙ୍କୁ ଅବଗତ କରାଇଛନ୍ତି । ଏହା ସହ ସେନାରେ ରହିଥିବା ବିଭିନ୍ନ ବିଭାଗ ଓ ଏହାର ନିଯୁକ୍ତି ସଂପର୍କରେ ଜାଣିବା ଲାଗି ସେନା ପକ୍ଷରୁ ଏକ ସୂଚନା କେନ୍ଦ୍ର ଖୋଲାଯାଇଥିଲା । ତେବେ ଏହି ପ୍ରଦର୍ଶନୀରେ ବହୁ ସଂଖ୍ୟାର ଛାତ୍ରଛାତ୍ରୀଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।

ଭାରତୀୟ ସେନା ବାହିନୀର ସରଜାଂମ ଓ କାର୍ଯ୍ୟଶୈଳୀ ସଂପର୍କରେ ଜାଣିବାକୁ ପାଇଁ ଛାତ୍ରଛାତ୍ରୀ ମାନେ ବେଶ ଖୁସି ଅନୁଭବ କରିଥିଲେ । ଆଗାମୀ ଦିନରେ ଅଧିକରୁ ଅଧିକ ଯୁଦ୍ଧ ସରଂଜାମ ପ୍ରଦର୍ଶନ ନେଇ ଲକ୍ଷ୍ୟ ରଖିଛି ସେନା ବାହିନୀ ।