କନକ ବ୍ୟୁରୋ: ପୁଣି ଶୁଭିଲା ତେନ୍ଦୁଲକର ନାଁ । ମନ ଜିଣିଲେ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ମଙ୍ଗଳବାର ଆଇପିଏଲର ଏକ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁୁ ଖେଳିଥିଲେ ଅର୍ଜୁନ । ରୋମାଚଂକର ମ୍ୟାଚରେ ୧୪ ରନରେ ବିଜୟୀ ହୋଇଥିଲା ମୁମ୍ବାଇ । ଆଉ ସବୁଠୁ ବଡ କଥା ହେଉଛି ଶେଷ ଓଭରରେ ବୋଲିଂ କରି ୱିକେଟ ନେବା ସହ ଦଳକୁ ଜିତାଇଥିଲେ ଅର୍ଜୁନ । ଶେଷ ଓଭରରେ ହାଇଦ୍ରାବାଦକୁ ଜିତିବାକୁ ୨୦ ରନ ଆବଶ୍ୟକ ଥିଲା । ଅର୍ଜୁନ ମାତ୍ର ୮ ରନ ଦେଇ ଏକ ୱିକେଟ ନେଇଯାଇଥିଲେ । ହେଲେ କେକେଆର ବିପକ୍ଷ ମ୍ୟାଚରେ ଅର୍ଜୁନ ଖେଳିଥିଲେ ବି ୱିକେଟ୍ ପାଇନଥିଲେ । ଆଉ ହ୍ରାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଚତ୍ମକାର ପଦର୍ଶନ ଦେଖିô ଖୁସୀରେ ବିଭୋର ହୋଇଯାଇଥିଲେ ସଚିନ । ପଡିଆରେ ଅର୍ଜୁନ ଖେଳୁଥିବା ବେଳେ ଡ୍ରେସିଂ ରୁମରେ ବସି ମ୍ୟାଚ ଦେଖୁଥିଲେ ସଚିନ । ଅର୍ଜୁନ ମୋଟ ୨ ଓଭର ୬ ବଲ ପକାଇ ୧୮ ରନ ଦେବା ସହ ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ । ଯଦି ଆଇପିଏଲରେ ଅର୍ଜୁନ ଭଲ ପଦର୍ଶନ କରନ୍ତି, ତେବେ ଆଗାମୀ ଦିନରେ ଭାରତୀୟ ଟିମରେ ଖେଳିବାକୁ ବି ଅର୍ଜୁନଙ୍କୁ ସୁଯୋଗ ମିଳିପାରେ ।