ଜୁନିୟର ହକି ବିଶ୍ୱକପ୍ ଚାମ୍ପିୟନ ହେଲା ଆର୍ଜେଣ୍ଟିନା । ଜର୍ମାନୀକୁ ୪-୨ ଗୋଲରେ ହରାଇ ବିଶ୍ୱ ବିଜେତା ।

90

କନକ ବ୍ୟୁରୋ: ଜୁନିୟର ହକି ବିଶ୍ୱକପ୍ ଚାମ୍ପିୟନ୍ ହେଲା ଆର୍ଜେଣ୍ଟିନା । ରବିବାର ଜର୍ମାନୀକୁ ୪-୨ ଗୋଲରେ ହରାଇ ଜୁନିୟର ହକି ବିଶ୍ୱକପ୍ ଚାମ୍ପିୟନ ହୋଇଛି ଆର୍ଜେଣ୍ଟିନା । ଆଜି ଦୁଇ ଦଳ ଚାମ୍ପିୟନ ହେବା ପାଇଁ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ବାଜି ମାରିିଛି ଆର୍ଜେଣ୍ଟିନା ଦଳ ।

ଏଥିସହିତ ଶେଷ ହୋଇଛି ଜୁନିୟର ହକି ମହାକୁମ୍ଭ ।  ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେଇଥିବା ଏହି ମହାକୁମ୍ଭର ଆଜି ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା ଅର୍ଜେଣ୍ଟିନା ଓ ଜର୍ମାନୀ ମଧ୍ୟରେ। ତେବେ ଫାଇନାଲ ମ୍ୟାଚ ବେଶ ରୋମାଞ୍ଚକର ଥିଲା । ଖେଳର ପ୍ରଥମ କ୍ୱାଟର୍ ଓ ଦ୍ଵିତୀୟ କ୍ୱାଟରରେ ଗୋଟିଏ ଲେଖାଏଁ ଗୋଲ କରି ଜର୍ମାନୀକୁ ପ୍ରେସରରେ ପକେଇଥିଲା, କିନ୍ତୁ ଜର୍ମାନୀ ଦ୍ଵିତୀୟ ହାଫରେ ଜବରଦସ୍ତ କମ୍ ବ୍ୟାକ୍ କରିଥିଲା। ଉଭୟ ଥାର୍ଡ ଓ ଫୋର୍ଥ କ୍ୱାଟର୍ ରେ ଗୋଟିଏଁ ଲେଖାଏଁ ଗୋଲ କରି ସ୍କୋର ବରାବର କରିଥିଲା। ପରବର୍ତ୍ତୀ ସମୟରେ ଆର୍ଜେଣ୍ଟିନା ଆଉ ଏକ ଗୋଲ ସ୍କୋର କରି ୩-୨ରେ ଲିଡ଼ କରିଥିଲା। ଆର୍ଜେଣ୍ଟିନା ତରଫରୁ ହାଟ୍ରିକ ଗୋଲ କରିଥିଲେ ଲୋଟାରୋ ଡୋମେନ । ଜର୍ମାନୀ ତରଫରୁ ହେନର ଜୁଲିଅସ ଏବଂ ଫାନ୍ଦଟ ମେସି ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଏହା ସହିତ ୧୬ ବର୍ଷର ବ୍ୟବଧାନ ପରେ ଅର୍ଜେଣ୍ଟିନା ଦ୍ଵିତୀୟ ଥର ଟାଇଟଲ ହାତେଇଛି ।