କ୍ୱାର୍ଟର ଫାଇନାଲରେ ଦୀପିକା : କେସେନିଆ ପେରୋଭାଙ୍କୁ ୬-୫ରେ ପରାସ୍ତ କଲେ ଦୀପିକା

159

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରୁ ଆଉ ଏକ ପଦକ ଆଶା ଦେଲେ ତୀରନ୍ଦାଜ ଦୀପିକା କୁମାରୀ । ବିଶ୍ୱର ଏକ ନମ୍ବର ତୀରନ୍ଦାଜ ଦୀପିକା କୁମାରୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କୁମାରୀ । ସେନିଆ ପରୋଭାଙ୍କୁ ସୁଟଆଉଟରେ ପରାସ୍ତ କରି ଦୀପିକା କ୍ୱାର୍ଟର ଫାଇନାଲକୁ ଯାଇଛନ୍ତି । କଡା ମୁକାବିଲାରେ ୬-୫ରେ ଜିତିଛନ୍ତି ଦୀପିକା କୁମାରୀ । ଦୀପିକା ପ୍ରଥମ ଓ ତୃତୀୟ କ୍ୱାର୍ଟରରେ ବିଜୟୀ ହୋଇଛନ୍ତି । ଆଜି ୧୧ଟା ୩୦ରେ କ୍ୱାର୍ଟର ଫାଇନାଲ ମୁକାବିଲା ହେବ । ଦୀପିକାଙ୍କ ମୁକାବିଲା କୋରିଆର ଏନ ସେନଙ୍କ ସହ ହେବ ।