ଲ’ ପରୀକ୍ଷା ଦେବ ଅର୍ଚ୍ଚନା ନାଗ । କୋର୍ଟକୁ ମାଗିଲେ ଅନୁମତି । ଜେଲ୍ ମାନୁଆଲ୍ ଅନୁସାରେ ଦେବେ ପରୀକ୍ଷା ।

230

କନକ ବ୍ୟୁରୋ: ଲ’ ପରୀକ୍ଷା ଦେବାକୁ କୋର୍ଟକୁ ଅନୁମତି ମାଗିଲେ ଅର୍ଚ୍ଚନା ନାଗ । ସେ ଇଣ୍ଟିଗ୍ରେଟେଡ୍ ଆଇନ ପରୀକ୍ଷା ଦେବା ପାଇଁ ଅନୁମତି ମାଗିଛନ୍ତି । ଅନୁମତି ମିଳିବା ପରେ ସେ ଜେଲ୍ ମାନୁଆଲ ଅନୁସାରେ ପରୀକ୍ଷା ଦେବେ । ଜେଲ୍ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଜଣାପଡ଼ିଛି । ଅର୍ଚ୍ଚନା କ୍ୟାପିଟାଲ ଲ’ କଲେଜରେ ଇଣ୍ଟିଗ୍ରେଟେଡ୍ ଲ’ କରୁଥିଲେ । କିଛି ଦିନ ତଳେ ପରୀକ୍ଷା ପୂର୍ବରୁ ଫର୍ମ ପୂରଣ ପାଇଁ ଅନୁମତି ମାଗିଥିଲେ । ଫର୍ମ ପୂରଣ ପାଇଁ କୋର୍ଟ ଅନୁମତି ଦେଇଥିଲେ । ପରୀକ୍ଷା ପାଇଁ କୋର୍ଟରେ ଗତ ବୁଧବାର ଅନୁମତି ପାଇଁ ଆବେଦନ କରିଛନ୍ତି ଅର୍ଚ୍ଚନାଙ୍କ ଓକିଲ । ପରୀକ୍ଷା ପାଇଁ ଅନୁମତି ମିଳିବ ବୋଲି ଓକିଲ ଆଶାବାଦୀ ଅଛନ୍ତି । ଅନ୍ୟପଟେ ଅର୍ଚ୍ଚନା ରାଜ୍ୟ ବାହାରେ କିଛି ପ୍ରମାଣ ରଖିଥିବା କୁହାଯାଉଛି । ଏସବୁ ପ୍ରମାଣ ସଂଗ୍ରହ ପାଇଁ ଅଣ୍ଟା ଭିଡିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।