କୋର୍ଟରେ ଜଜଙ୍କ ଆଗରେ କାନ୍ଦିଲେ ଅର୍ଚ୍ଚନା । ନିଜେ ପକ୍ଷ ରଖିବା ପାଇଁ କଲେ ଅପିଲ । ଗଣମାଧ୍ୟମ ଆଗରେ କହିଲେ, ତାଙ୍କୁ ଫସାଇ ଦିଆଯାଇଛି 

220

କନକ ବ୍ୟୁରୋ: କୋର୍ଟରେ ହାଜର ହୋଇଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଆଜି ଝାରପଡା ଜେଲରୁ କଡା ସୁରକ୍ଷା ବଳୟରେ ଭୁବନେଶ୍ୱର କୋର୍ଟରେ ପହଞ୍ଚିଥିଲେ ଅର୍ଚ୍ଚନା  । ଆଉ ଏହାପରେ କୋର୍ଟରେ ଜଜଙ୍କ ଆଗରେ କାନ୍ଦିଛନ୍ତି ଅର୍ଚ୍ଚନା । ନିଜେ ପକ୍ଷ ରଖିବାକୁ ଜଜଙ୍କ ଆଗରେ କାନ୍ଦି କାନ୍ଦି ଅପିଲ କରିଛନ୍ତି ଏହି ଲେଡି ବ୍ଲାକମେଲର ।

ତେବେ କୋର୍ଟରେ ଅର୍ଚ୍ଚନା ହାଜର ପରେ  ଇଡି ତାଙ୍କୁ ରିମାଣ୍ଡ ନେବାକୁ ଆବେଦନ କରଛି । ରିମାଣ୍ଡରେ ନେଇ ନାଗଫାଶର ଗୁମର ଖୋଲିବ ଇଡି । କେଉଁ କେଉଁ ମାନଙ୍କୁ ବ୍ଲାକମେଲ କରୁଥିଲେ ଅର୍ଚ୍ଚନା ସମସ୍ତ ତଥ୍ୟ ଓଗାଳିବ ଇଡି । ସେପଟେ କୋର୍ଟକୁ ଯିବା ସମୟରେ ଗଣମାଧ୍ୟମକୁ ଟାର୍ଗେଟ କରିଛନ୍ତି ଅର୍ଚ୍ଚନା । ଗଣମାଧ୍ୟମ ଜମାରୁ ନିରପେକ୍ଷ ଖବର ପ୍ରସାରଣ କରୁନି । ବରଂ ଗଣମାଧ୍ୟମ ଏହି ଘଟଣାକୁ କେବଳ ୱେଲ ସ୍କ୍ରିପ୍ଟେଡ ମୁଭି ଭାବେ ଚଳାଇଛନ୍ତି ବୋଲି କହିବା ସହ ଗଣମାଧ୍ୟମ ଉପରେ ବର୍ଷିଲେ ଅର୍ଚ୍ଚନା  । ସୋ କଲଡ ଭିକ୍ଟିମ ମାନେ କେଉଁଠି ଲୁଚିଛନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଅର୍ଚ୍ଚନା । ପାଟି, ଆଖି ବନ୍ଦ କରି ତାଙ୍କୁ କୋର୍ଟକୁ ଅଣାଯାଇଛି । ତଦନ୍ତ ହେଲେ ପ୍ରକୃତ ସତ ପଦାକୁ ଆସିବ । ସେହିଭଳି ତାଙ୍କ ପରିବାରକୁ ନଜର ବନ୍ଦୀ କରାଯାଇଥିବା ବେଳ ୬ ଦିନ କଣ ହୋଇଛି କିଛି ଜାଣିପାରିନଥିବା କହିଛନ୍ତି ଅର୍ଚ୍ଚନା । ସେପଟେ ଓକିଲଙ୍କ ବଡ ବୟାନ, କହିଲେ ତାଙ୍କ ମହକିଲ ସମ୍ପୂଣ୍ଣ ନିର୍ଦ୍ଦୋଷ ।