ପୁରୁଷ ହକି ବିଶ୍ୱକପ ଉଦଘାଟନୀ ଉତ୍ସବରେ ଲାଗିବ ତଡ଼କା । ଟାଇଟେଲ ସଂଗୀତକୁ ପରିବେଷଣ କରିବେ ଓସ୍କାର ବିଜେତା ଏ.ଆର ରେହେମାନ ।

174

କନକ ବ୍ୟୁରୋ: ପୁରୁଷ ହକି ବିଶ୍ୱକପ ଉଦ୍-ଘାଟନୀ ସଂଗୀତ ଗାଇବେ ଓସ୍କାର ବିଜେତା ଏ.ଆର ରେହେମାନ । ଆସନ୍ତା ନଭେମ୍ବର ୨୮ ତାରିଖରେ ହେବାକୁଥିବା ପୁରୁଷ ହକି ବିଶ୍ୱକପର ଉଦ୍-ଘାଟନୀ ଅବସରରେ ସଙ୍ଗୀତ ପରିବେଷଣ କରିବେ ରେହେମାନ । ସୁଚନା ମୁତାବକ ପ୍ରଖ୍ୟାତ ଗିତିକାର ଗୁଲଜାରଙ୍କ ସହ ମିଶି ଏହି ପୁରୁଷ ହକି ବିଶ୍ୱକପର ଅଫିସିଆଲ ବା ଟାଇଟେଲ ସଂଗୀତକୁ ପ୍ରସ୍ତୁତ କରିଥିବା ଜଣାପଡିଛି । ତେବେ ନିଜର ସଂଗୀତର ଯାଦୁରେ ଦୁଇ ଦୁଇ ଥର ଓସ୍କାର ବିଜେତା ଏ.ଆର ରେହେମାନଙ୍କ ଓଡିଶାରେ ପ୍ରଥମ ଲାଇଭ ପରଫରମାନ୍ସକୁ ନେଇ ରାଜ୍ୟବାସୀଙ୍କ ସହ ହକିପ୍ରେମୀ ଉତ୍ସାହିତ ଅଛନ୍ତି ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନିଜର ପ୍ରଥମ ଲାଇଭ ପରଫରମାନ୍ସ କରିବେ ଏହି ସଙ୍ଗୀତ ଯାଦୁଗର ଏ.ଆର ରେହେମାନ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟର ଜରିଆରେ ହକିପ୍ରେମୀଙ୍କୁ ଜଣାଇଛନ୍ତି । ସ୍ଲମଡଗ୍ ମିଲିଏନର ‘ଜୟ ହୋ’ ସଂଗୀତ ଆଜିବି ଶୁଣିଲା ମାତ୍ରେ ଲୋକମାନଙ୍କ ମନରେ ଏକ ଉର୍ଜା ଶ୍ରୀହରଣ ହେଉଛି । ତେବେ ସେହିଭଳି କିଛି ସଂଗୀତ ପୁରୁଷ ବିଶ୍ୱକପ ଉଦ୍-ଘାଟନୀ ଅବସରରେ ପରିବେଷଣ କରିବେ ସଂଗୀତ ଯାଦୁଗର ଏ.ଆର ରେହେମାନ ବୋଲି ଦର୍ଶକମାନେ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ।

ଆସନ୍ତା ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଏହି କ୍ରୀଡ଼ା ମହାକୁମ୍ଭ । ଓଡ଼ିଶାରେ ଏଭଳି ଆନ୍ତର୍ଜାତୀୟ କ୍ରୀଡ଼ାର ଆୟୋଜନ ଏବଂ ଗୁଲଜାର ଓ ଏ.ଆର ରେହେମାନଙ୍କ ଯୁଗଳବନ୍ଦୀକୁ ହକିପ୍ରେମୀଙ୍କୁ ଭେଟିଦେବା ଲକ୍ଷ୍ୟରେ ରହିଛନ୍ତି ରାଜ୍ୟ ସରକାର ।