ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିଲେ, ଅଗଷ୍ଟ ୧୫ ତାରିଖରେ ଆମେ ଔପନିବେଶିକ ଶାସନର ବେଡି କାଟି ଦେଇଥିଲେ ।

258

କନକ ବ୍ୟୁରୋ: ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ନିଜ ସମ୍ବୋଧନରେ ରାଷ୍ଟ୍ରପତି କହିଛନ୍ତି ଯେ, ଅଗଷ୍ଟ ୧୪ କୁ ବିଭାଜନ-ବିଭୀଷିକାର ସ୍ମୃୃତି ଦିବସ ଭାବେ ପାଳନ କରାଯାଏ । ଏହି ସ୍ମୃତି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସାମାଜିକ ସଦଭାବ, ମାନବ ସଶକ୍ତିକରଣ ଏବଂ ଏକତାକୁ ଅଧିକ ପ୍ରଶୟ ଦେବା ।

ତେବେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମେ ଔପନିବେଶିକ ଶାସନର ବେଡିକୁ କାଟି ଦେଇଥିଲେ । ଏହି ଶୁଭ ଦିବସର ପାଳନ ଅବସରରେ ଆମେ ସମସ୍ତେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସାଦର ପ୍ରଣାମ କରୁଛେ ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି । ସେମାନେ ତାଙ୍କର ସର୍ବସ୍ୱ ବଳିଦାନ ଦେଇଛନ୍ତି, ଯାହାଦ୍ୱାର ଆମେ ସମସ୍ତେ ସ୍ୱାଧୀନ ଭାରତରେ ନିଶ୍ୱାସ ନେଇପାରୁଛେ ବୋଲି ଦ୍ରୌପଦୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ତାଙ୍କ ଅଭିଭାଷଣରେ ସେ ଦେଶର ଉପଲବ୍ଧିକୁ ସ୍ଥାନ ଦେଇଥିଲେ । ତେବେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ କରି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ।