ଅଭିନେତ୍ରୀ ନମ୍ରତା ଓ ଜୟାଙ୍କ ସଂଘର୍ଷ କାହାଣୀ

ଅଭିନେତ୍ରୀ ନମ୍ରତା  ଓ ଜୟାଙ୍କ ସଂଘର୍ଷ କାହାଣୀ

ଅଭିନେତ୍ରୀ ନମ୍ରତା ଦାସ। ଏମିତି ଜଣେ ମହିଳା ,ଯାହାଙ୍କ ଜୀବନ କେବଳ ସଂଘର୍ଷ ହିଁ ସଂଘର୍ଷ। ତଥାପି ସେ ହାରି ନାହାଁନ୍ତି। ଶେଷରେ ସେ ପାଇଛନ୍ତି ସଫଳତା। ଯାହାଙ୍କ ନିଶା, ପେଶା ଓ ସ୍ୱପ୍ନ , ସବୁକିଛି ହେଉଛି ଅଭିନୟ।। କୁହାଯାଏ ସମସ୍ତଙ୍କ ଜୀବନରେ ଆସିଥାଏ ଜୀବନର ମୋଡ। ଏମିତି ମୋଡ ଅଭିନେତ୍ରୀ ନମ୍ରତାଙ୍କ ଜୀବନରେ ଆସିଥିଲା। ଯେଉଁଥି ପାଇଁ ସେ ପାଦ ଦେଇଥିଲେ ଅଭିନୟ ଜଗତରେ। ସଂଘର୍ଷରୁ ସମାଧାନର ବାଟ ଖୋଜି ଥିଲେ। ଆଉ ହୋଇଥିଲେ ଓଲିଉଡର ଜଣେ ସଫଳ ଅଭିନେତ୍ରୀ।

ଏମିତି ଆଉ ଜଣେ ଅପରାଜିତା ହେଲେ ଜୟା ସ୍ୱାମି। ଜଣେ ସଫଳ ଅଭିନେତ୍ରୀ ଓ ଡ୍ୟାନ୍ସର। ଜୀବନର ଉଠାଣି ଗଡାଣି ରାସ୍ତାକୁ ପାର ହୋଇ ଜୀବନ ରାସ୍ତାକୁ କରିଛନ୍ତି ସମତୁଲ। ଅତୀତ ଯାହାଙ୍କର ଖୁବ୍ ଶିକ୍ଷଣୀୟ। ମର୍ମସ୍ପର୍ଶି।

ମଣିଷ ଯେତେବେଳେ ଯାହା ଚାହେଁ ,ତାକୁ ତାହା ମିଳିନଥାଏ। ସେତେବେଳେ ସେ ସଂଘର୍ଷ କରିଥାଏ। ଦିନରାତିକୁ ଏକ କରିଦେଇ ନିଜର କର୍ତବ୍ୟ ସଂପାଦନ କରିଥାଏ। ସେଥିମଧ୍ୟରୁ ଯେଉଁମାନେ କେବେ ମନୋବଳକୁ ହରାନ୍ତି ନାହିଁ। ସେମାନେ ହିଁ ହୁଅନ୍ତି ଅପରାଜିତା। ତାର ଉଦାହରଣ ନମ୍ରତା ଦାସ ଓ ଜୟା ସ୍ୱାମି।

ଜୟା ସ୍ୱାମି ହୁଅନ୍ତି କି ନମ୍ରତା ଦାସ , ସମସ୍ତେ ନିଜ ନିଜ କ୍ଷେତ୍ରରେ ସଂଘର୍ଷରତ। କେବେ କେବେ ହତାଶ ହୋଇଛନ୍ତି। ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହେଲେ କେବେ ହାରିଯାଇନାହାଁନ୍ତି। ସେଇଥିପାଇଁ ସେମାନେ ଜଣେ ଜଣେ ଅପରାଜିତା। ଆସନ୍ତୁ ଆଜିର ଏପିସୋଡରେ ଜାଣିବା ଅଭିନେତ୍ରୀ ନମ୍ରତା ଓ ଜୟାଙ୍କ ସଂଘର୍ଷ କାହାଣୀ ତାଙ୍କ ନିଜ ମୁହଁରୁ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe