ମାଗଣାରେ ଦେଖିପାରିବେ ମନପସନ୍ଦର ଟିଭି ସୋ’ ଓ ସିନେମା ! ଜାଣନ୍ତୁ କେଉଁ କେଉଁ ଆପ୍ ଦେଉଛି ସୁବିଧା

54

ଅନଲାଇନ୍ ସିନେମା ଓ ଟିଭି ସୋ ଦେଖିବା ପାଇଁ ହଟଷ୍ଟାର ଓ ନେଟଫ୍ଲିକ୍ସର ପରି ଆପ୍ ଓ ୱେବସାଇଟ୍ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିିୟ । ଗ୍ରାହକ ଏହି ଆପ୍ ତଥା ୱେବସାଇଟ୍ ଯାଇ ମନପସନ୍ଦରର ସିନେମା ଓ ଟିଭି ସୋ’ ଦେଖିପାରିବେ । ତେବେ ଏସବୁ ଆପରେ ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ସବସ୍କ୍ରାଇବ କରିବା ପାଇଁ ପଡ଼େ । ତେବେ ଆପଣ ନିଜ ମନ ପସନ୍ଦର ସିନେମା ଓ ଟିଭି ସୋ’ ଦେଖିବା ପାଇଁ ଚାହୁଁଛନ୍ତି, କିନ୍ତୁ ଟଙ୍କା ଖର୍ଚ୍ଚ କରିବା ପାଇଁ ଚାହୁଁ ନାହାନ୍ତି । ତେବେ ଆପଣ ନିରାଶ ହୁଅନ୍ତୁ ନାହିଁ । ଅନେକ ଆପ୍ ଅଛି ଯାହା ଆପଣଙ୍କ ମନପସନ୍ଦ ସୋ ଓ ସିନେମା ଦେଖାଇବ ହେଲେ ବିନା ସବସ୍କ୍ରିପସନରେ । ଏଥିପାଇଁ ଆପଣଙ୍କୁ କିଛି ଖର୍ଚ୍ଚ କରିବା ପାଇଁ ପଡ଼ିବ ନାହିଁ ।

ଟୁବି ଟିଭି – ଟୁବି ଟିଭି ଜରିଆରେ ଆପଣ ସିନେମା ଓ ଟିଭି ସୋ ଦେଖିପାରିବେ । ଟୁବି ଟିଭି ଆଣ୍ଡଏଡ଼୍, ଆଇଓଏସ୍ , ଆପଲ୍, ଏକ୍ସବକ୍ସ ଓ ପ୍ଲେଷ୍ଟୋର ପରି ପ୍ଲାଟଫର୍ମରେ ମହଜୁଦ ରହିଛି । ଟୁବି ଟିଭିରେ ଅଛି ଅନେକ ଅପ୍ସନ । ଏଠାକୁ ଯାଇ ଆପଣ କମେଡ଼ି, ଆକ୍ସନ, ଡକ୍ୟୁମେଂଟାରୀ ଓ ଫ୍ୟାମିଲି ସିନେମା ଦେଖିପାରିବେ । ଏହି ଆପକୁ ୧ ଲକ୍ଷ ୯୧ ହଜାରରୁ ମଧ୍ୟ ଅଧିକ ଗ୍ରାହକ ଗୁଗଲ ପ୍ଲେଷ୍ଟୋରରେ ରିଭ୍ୟୁ ଦେଇସାରିଛନ୍ତି ।

ଭିଉଷ୍ଟର – ଅନଲାଇନ୍ ସିନେମା ଓ ଟିଭି ସୋ ପାଇଁ ଭିଉଷ୍ଟର ମଧ୍ୟ ଏବ ଭଲ ବିକଳ୍ପ ସାବ୍ୟସ୍ତ ହେବ । ଭିଉଷ୍ଟର ଆଣ୍ଡ୍ରଏଡ଼୍ ଓ ଆଇଓଏସରେ ଉପଲବ୍ଧ । ଏଥିପାଇଁ ଆପଣଙ୍କୁ ମାସିକ ସବସ୍କ୍ରିପସନ ଦେବାକୁ ପଡ଼ିବ ନାହିଁ । ଭିଉଷ୍ଟରରେରେ ଅଛି ଅନଲାଇନ୍ ଷ୍ଟ୍ରିମିଙ୍ଗ ସୁବିଧା । ଭିଉଷ୍ଟର ବ୍ୟବହାର କରିବା ପାଇଁ କୌଣସି ବି ପ୍ରକାର ରେଜିଷ୍ଟ୍ରେସନ କରିବା ପାଇଁ ପଡ଼ିବ ନାହିଁ । ଏହି ଆପକୁ ୭୩ ହଜାରରୁ ମଧ୍ୟ ଅଧିକ ୟୁଜର ଗୁଗଲ ପ୍ଲେଷ୍ଟୋରରେ ରିଭ୍ୟୁ ଦେଇଛନ୍ତି ।

ସ୍ନାଗଫିଲ୍ମସ – ଅନଲାଇନ୍ ଗ୍ରାହକଙ୍କ ପାଇଁ ସ୍ନାଗଫିଲ୍ମସ ଏକ ଭଲ ବିକଳ୍ପ ସାବ୍ୟସ୍ତ ହେବ । ସ୍ନାଗଫିଲ୍ମସ ଆଣ୍ଡ୍ରଏଡ଼୍ ଓ ଆଇଓଏସ୍ ଉଭୟ ଫ୍ଲାଟଫର୍ମରେ ମହଜୁଦ ରହିଛି । ଏହି ଆପର ଅପଡ଼େସନ ହିଁ ଏହାର ସ୍ୱତନ୍ତ୍ରତା । ସ୍ନାଗଫିଲ୍ମସରେ ପ୍ରତିଦିନ ଅପଡ଼େସନ ହୁଏ । ଏହି ଆପକୁ ଗୁଗଲ ପ୍ଲେଷ୍ଟୋରରେ ୫ ହଜାରରୁ ଅଧିକ ରିଭ୍ୟୁ ମିଳିଛି ।

କାର୍ଟୁନ ଏଚଡ଼ି – କାର୍ଟୁନ ଏଚଡ଼ି ଆପରେ ୟୁଜର ନିଜ ମନପସନ୍ଦର କାର୍ଟୁନ ଦେଖିପାରିବେ । ଏହାସହ ପରେ ଦେଖିବା ପାଇଁ ମଧ୍ୟ ସେଭ କରି ରଖିପାରିବେ । ଲୋକେ ଏହି ଆପକୁ ବହୁତ ପସନ୍ଦ କରୁଛନ୍ତି । ଏହି ଆପକୁ ମୋବାଇଲ ଓ ଟାବଲେଟ୍ ଉଭୟରେ ବ୍ୟବହାର କରାଯାଇପାରିବ ।