ବଜାରରେ ଲଞ୍ଚ ହେଲା ଆପଲ ସ୍ମାର୍ଟ ୱାଚ୍ ! ହୃଦସ୍ପନ୍ଦନର କମିବା ଓ ବଢିବା ନେଇ ସୂଚନା ଦେବ ଘଣ୍ଟା

141

କନକ ବ୍ୟୁରୋ : ଏବେ ବଜାରରେ ରାଜ କରୁଛି ଆପଲ କମ୍ପାନୀ । ସେ ଫୋନ ହେଉ ବା ଅବା ଆଉ କିଛି । ସବୁ ଯୁବବର୍ଗଙ୍କ ପ୍ରଥମ ଚଏସ ହେଉଛି ଆପଲ କମ୍ପାନୀର ବିଭିନ୍ନ ସାମଗ୍ରୀ । ଯୁବବର୍ଗଙ୍କୁ ଆକର୍ଷିତ କରିବା ପାଇଁ ଆପଲ କମ୍ପାନୀ ଆପଲ ୧୦ ଫୋନ, ଟିଭି ଓ ନୂଆ ସ୍ମାର୍ଟ ୱଚ ଆପଲ ୱଚ ସିରିଜ୍ ଥ୍ରୀ ଲଂଚ କରିଛି । ଆପଲ ୱଚ ସିରିଜ ଥ୍ରୀ ର ଏହି ନୂଆ ଘଂଟାର ଦାମ ୨୪୯ ଡଲାର ରହିଛି । ଭାରତୀୟ ମୁଦ୍ରା ଅନୁସାରେ ଏହାର ମୂଲ୍ୟ ପାଖାପାଖି ୧୬ହଜାର ଟଙ୍କା ।

watch 1ଏହି ଘଂଟା କିଣିବା ପାଇଁ ସେପ୍ଟେମ୍ବର ୧୨ତାରିଖରୁ ଗ୍ରାହକ ଅଗ୍ରିମ ବୁକିଂ ଆରମ୍ଭ ହୋଇ ସାରିଲାଣି । ଏହି ଘଂଟାରେ ସେଲ୍ୟୁଲର କନେକଟିଭିଟିର ସୁବିଧା ରହିଛି । ଯାହା ଦ୍ୱାରା ଏହା ଆଇଫୋନ୍ରୁ ଭିନ୍ନ ହୋଇ ମଧ୍ୟ କାମ କରିପାରିବ । ଏହି ସ୍ମାର୍ଟ ଘଂଟାକୁ ପେୟାର କରାଯାଇଥିବା ଆଇଫୋନ୍ ସହିତ ନମ୍ବର ନବଦଳାଇ ମଧ୍ୟ ସିଂକ୍ରୋନାଇଜ କରାଯାଇପାରିବ । ଏଥିରେ ସିମ କାର୍ଡ ଲଗାଯାଇ ଇଂଟରେନଟ ମଧ୍ୟ ବ୍ୟବହାର କରିହେବ ।

ଏହି ସ୍ମାର୍ଟ ଘଂଟାରେ ଫୋନ୍ କଲ ଓ ଏସଏମଏସର ଲାଭ ଉଠାଇପାରିବେ ଗ୍ରାହକ । ଏହାବ୍ୟତୀତ ଏଥିରେ ୧୮ଘଂଟାର ବ୍ୟାଟେରୀ ବ୍ୟାକଅପ୍ ସହ ଜିପିଏସର ସୁବିଧା ରହିଛି । ଏହାସହ ଏହି ଘଂଟାରୁ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନବାନ ହୋଇପାରିବେ । ଏଥିରେ ହାର୍ଟ ରେଟ୍ ସେନସରର ସୁବିଧା ମଧ୍ୟ ଦିଆଯାଇଛି । ଯାହା ହୃଦସ୍ପନ୍ଦନକୁ ନେଇ ନୋଟିଫିକେସନ ଦେବ । ଆପଲ ସ୍ମାର୍ଟ ୱଚ ବ୍ୟବହାରକାରୀ କୌଣସି କାମ କରିବା ସମୟରେ ଯଦି ତାଙ୍କ ହୃଦସ୍ପନ୍ଦନ ସାମାନ୍ୟ ଠାରୁ କମ୍ ବା ବେଶି ହେଲେ ଏନେଇ ସ୍ମାର୍ଟ ୱଚ ନୋଟିଫିକେସନ ଦେବ । ଏତେସବୁ ସୁବିଧା ଗୋଟିଏ ଘଣ୍ଟାରେ ମିଳୁଥିବାରୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ଘଣ୍ଟାକୁ କିଣିବା ପାଇଁ ପ୍ରବଳ ଉତ୍ସାହ ଦେଖା ଦେଇଛି ।

appleiphone4_big_1କେବଳ ସ୍ମାର୍ଟ ୱାଚ୍ ନୁହେଁ ଆଇ ଫୋନର ୧୦ ବର୍ଷ ପୂର୍ତି ଅବସରରେ ଲଂଚ ହୋଇଛି ଆଇଫୋନ୍ ଟେନ୍ ବା ଆଇଫୋନ୍ ଏକ୍ସ । ଏହାସହ ଆଇଫୋନ୍ ଏଇଟ ଓ ଆଇଫୋନ୍ ଏଇଟ ପ୍ଲସ ମଧ୍ୟ ଲଂଚ କରାଯାଇଛି । ତେବେ ସମସ୍ତଙ୍କ ପାଇଁ ଆକର୍ଷଣ ପାଲଟିଛି ଆଇଫୋନ୍ ଟେନ୍ । ଏଥିରେ ଫେସ୍ ଆଇଡି ସହ ୱେୟାରଲେସ ଚାର୍ଜର ସୁବିଧା ରହିଛି । ଆଇଫୋନ୍ ବ୍ୟବହାରକାରୀଙ୍କ ମୁହଁକୁ ଚିହ୍ନିବା ପରେ ଏହି ଫୋନ୍ ଅନଲକ୍ ହେବ । ଏଥିରେ ଥିବା କ୍ୟାମେରାରେ ସ୍ୱତନ୍ତ୍ର ପ୍ରକାରର ଆଇଆର ସିଷ୍ଟମ ଦିଆଯାଇଛି । ଯାହା ଅନ୍ଧାରରେ ମଧ୍ୟ ଫେସକୁ ଡିଟେକ୍ଟ କଲା ପରେ ଅନଲକ ହେବ ।

ଏହାସହ ଏଥିରେ ହୋମ ବଟନ ଦିଆଯାଇନାହିଁ । ଆଇଫୋନ୍ ଟେନକୁ ଉପର ପଟକୁ ସ୍ୱାଇପ କରି ହୋମ୍ ବଟନ ମାଧ୍ୟମରେ ବ୍ୟବହାର କରାଯାଇପାରିବ । ହୋମ୍ ବଟନରେ ଦିଆଯାଉଥିବା ଟଚ୍ ଆଇଡିକୁ ଫେସ୍ ଆଇଡିରେ ରିପ୍ଲେସ କରିଦିଆଯାଇଛି । ଏହି ଫୋନର ଆଗ ଓ ପଛ ପଟରେ ଗ୍ଲାସ ଡିଜାଇନ ଦିଆଯାଇଛି । ୱାଟର ପ୍ରୁଫ ଥିବା ଏହି ଫୋନଟି ଏବେ ସ୍ପେଶ ଗ୍ରେ ଓ ସିଲଭର କଲରରେ ଉପଲବ୍ଧ ହେବ । ଏହାର ସ୍କ୍ରିନ ୫.୮ ଇଂଚ ରହିଛି । ନଭେମ୍ବର ୩ତାରିଖରେ ଭାରତରେ ଉପଲବ୍ଧ ହେବ ଆଇଫୋନ୍ ଟେନ୍ । ଭାରତୀୟ ମୁଦ୍ରା ଅନୁସାରେ ଏହାର ମୂଲ୍ୟ ପ୍ରାୟ ୮୯ହଜାର ଟଙ୍କା ରହିବ । ଅକ୍ଟୋବର ୨୭ରୁ ଏହାର ପ୍ରି ଅର୍ଡର କରାଯାଇପାରିବ ।