ଏକାମ୍ର କ୍ଷେତ୍ର ଯାଇ ସରକାରଙ୍କୁ ପ୍ରଶ୍ନ ପଚାରିଲେ ଅପରାଜିତା । କହିଲେ, ପୁରାତନ କୀର୍ତିରାଜିକୁ ଭାଙ୍ଗି କ’ଣ ସଂରକ୍ଷଣ କରୁଛନ୍ତି ସରକାର?

111

କନକ ବ୍ୟୁରୋ: ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଖନନ ସ୍ଥଳକୁ ଯାଇ ଅନେକ ଫଟୋକୁୁ ଟୁଇଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଆଉ କହିଛନ୍ତି, ପ୍ରତ୍ନତତ୍ତ୍ୱ ସବେକ୍ଷଣ ସଂସ୍ଥା ବା ଏଏସଆଇର ଡାକରାରେ ସେ ଖନନ ସ୍ଥଳୀକୁ ଯାଇଥିଲେ । ଏଥିସହ ବର୍ଷ ବର୍ଷର ଐତିହାସିକ କିର୍ତିରାଜିକୁ ଧ୍ୱଂସ କରି କ’ଣ ସୌନ୍ଦର୍ଯ୍ୟକରଣ କରାଯାଉଛି ବୋଲି ଅପରାଜିତା ପ୍ରଶ୍ନ ଉଠାଇଛନ୍ତି । କେବଳ ସେତିକି ନୁହେଁ ବଂର କେଉଁ ସଂରକ୍ଷଣ ବିଶେଷଜ୍ଞ ଏଭଳି ପରାମର୍ଶ ଦେଇଥିଲେ ବୋଲି ସେ କହିଛନ୍ତି ।

ପୂର୍ବରୁ ମନ୍ତ୍ରୀ ଅଶୋକ ପଣ୍ଡା ଏହି ପ୍ରସଙ୍ଗରେ ଅପରାଜିତାଙ୍କୁ ୪ଟିି ପ୍ରଶ୍ନ କରିଥିଲେ । ମନ୍ତ୍ରୀ କହିଥିଲେ, ସଂସଦରେ ବାଇ-ଲ ପ୍ରସଙ୍ଗ ଉଠାଇ ପାରିଥାନ୍ତେ ସାଂସଦ । ସଂସଦ ଠାରୁ ବଡ ଫୋରମ ଆଉ କଣ ଅଛି? ସେଠାରେ ସବୁ ସାଂସଦ ନିଜ ଅଂଚଳର ସମସ୍ୟା ଉଠାଇଥାନ୍ତି । ଆଉ ଭୁବନେଶ୍ୱର ସାଂସଦ ଚାହିଁଥିଲେ ଏକ୍ରାମ କ୍ଷେତ୍ରର ବିକାଶରେ ବାଧା ସୃଷ୍ଟି କରୁଥିବା ବାଇ-ଲ ପ୍ରସଙ୍ଗ ଉଠାଇ ପାରିଥାନ୍ତେ । କେବଳ ଏତିକି ନୁହେଁ ବିଜୁ ଜନତା ଦଳ ଓ ବିଜେପି ଦଳର ସାଂସଦ ମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ କିନ୍ତୁ ସେଠାରେ ସାଂସଦଙ୍କୁ ଦେଖିବାକୁ ପାଇନଥିବା କହିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା ।

ତେବେ ଟୁଇଟ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଏକ ଚିଠି ଲେଖିଛନ୍ତି । ରବିବାର ଲେଖାଯାଇଥିବା ଏହି ଚିଠିରେ ଉଲ୍ଲେଖ ରହିଛି, ଐତିହାସିକ କିର୍ତିରାଜିକୁ ଧ୍ୱଂସ କରି ସରକାର କେଉଁ କିର୍ତିରାଜିର ସଂରକ୍ଷଣ କରିବା କଥା କହୁଛନ୍ତି ।