ବିଜେଡି ସହ ମେଣ୍ଟର ପ୍ରଶ୍ନ ଉଠୁନି, ୫ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି, ୫ ବର୍ଷ ପାଇଁ କାମ କରନ୍ତୁ । ଆଗୁଆ ନିର୍ବାଚନ ଓ ମେଣ୍ଟକୁ ନେଇ ମୁହଁ ଖୋଲିଲେ ଅପରାଜିତା ।

ବିଜେଡି ସହ ମେଣ୍ଟର ପ୍ରଶ୍ନ ଉଠୁନି, ୫ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି, ୫ ବର୍ଷ ପାଇଁ କାମ କରନ୍ତୁ । ଆଗୁଆ ନିର୍ବାଚନ ଓ ମେଣ୍ଟକୁ ନେଇ ମୁହଁ ଖୋଲିଲେ ଅପରାଜିତା ।

କନକ ବ୍ୟୁରୋ : ରାଜ୍ୟରେ ବିଜେଡି ସହ ମେଣ୍ଟର ପ୍ରଶ୍ନ ଉଠୁନି । ଯେବେ ବି ଓଡ଼ିଶାରେ ନିର୍ବାର୍ଚନ ହେବ ସେଥିପାଇଁ ବିଜେପି ପ୍ରସ୍ତୁତ ଅଛି । ବିଜେଡି ସରକାର ବିରୋଧରେ ତୃଣମୂଳସ୍ତରରେ ପହଞ୍ଚିବାକୁ ଅମିତ ଶାହା ମନ୍ତ୍ର ଦେଇ ଫେରିଛନ୍ତି । ଆଗାମୀ ନିର୍ବାଚନରେ ବିଜେଡି ବିରୋଧରେ ବିଜେପି ଯିବ, ବିଜେପି ବିରୋଧରେ ବିଜେଡି ଯିବ । ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ । ରାଜ୍ୟରେ ଆଗୁଆ ନିର୍ବାଚନ ଓ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାକୁ ନେଇ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ।

ଅପରାଜିତା କହିଛନ୍ତି, ଆଗୁଆ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ ଦେଲେ ହିଁ ଏହା ସମ୍ଭବ ହୋଇପାରିବ । କିନ୍ତୁ ଏନେଇ ରାଜ୍ୟ ସରକାରଙ୍କ ଠାରୁ ପ୍ରସ୍ତାବ ଯାଇଛି କି ନାହିଁ ତାହା ଜଣାନାହିଁ । ୫ ବର୍ଷ ପାଇଁ ଲୋକେ ସରକାର ଗଢିଛନ୍ତି, ତେଣୁ ୫ ବର୍ଷ ପାଇଁ ବିଜେଡି ସରକାର କାମ କରୁ । ଏତେ ତରତର କାହିଁକି? ଆମେ ବିଜେଡିର ୫ ବର୍ଷର ରିପୋର୍ଟ କାର୍ଡ ଦେଖିବାକୁ ଚାହିଁବୁ । ୫ ବର୍ଷ ପରେ ଯେତେବେଳେ ନିର୍ବାଚନ ହେବ ସେତେବେଳେ ଲୋକଙ୍କ ସାମ୍ନାକୁ ରିପୋର୍ଟ କାର୍ଡ ଆଣନ୍ତୁ । ସ୍ୱଚ୍ଛତାର ସହ କାମ କରନ୍ତୁ, ଲୋକେ ୫ ବର୍ଷ ପାଇଁ ସରକାର ଗଢିଛନ୍ତି । ତେଣୁ ରାଜ୍ୟ ସରକାର କାମ କରନ୍ତୁ ବୋଲି କହିଛନ୍ତି ଅପରାଜିତା ।

ଏହାସହ ମେଣ୍ଟକୁ ନେଇ ଅପରାଜିତା କହିଛନ୍ତି, ବିଜେପିର ପ୍ରତିଟି କର୍ମୀ ଏବେ ତୃଣମୂଳସ୍ତରରେ କାମ କରୁଛନ୍ତି । ବିଜେଡି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି । ଦଳର ବରିଷ୍ଠ କେନ୍ଦ୍ରମନ୍ତ୍ରୀ ମାନେ ଏନେଇ ସ୍ପଷ୍ଟ କରି ସାରିଛନ୍ତି । ତେଣୁ ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ରହିବା କଥା ନୁହେଁ ବୋଲି କହିଛନ୍ତି ଅପରାଜିତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe