କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍‌ ଟିମ୍‌ ଏବେ ଟି-୨୦ ବିଶ୍ବକପ୍‌ ଖେଳିବାକୁ ଅଷ୍ଟ୍ରେଲିଆରେ ରହିଛି । ପୂରା ଟିମ୍‌ ଅଷ୍ଟ୍ରେଲିଆରେ ଥିବା ବେଳେ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି ଯେଉଁ ରୁମରେ ଅଛନ୍ତି ସେ ରୁମର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏନେଇ କମ୍ପିଛନ୍ତି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା।

Advertisment

ତେବେ ବିରାଟ ଯେଉଁ ହୋଟେଲ୍‌ରେ ଅଟକିଥିଲେ ସେହି ହୋଟେଲଜଣେ କର୍ମଚାରୀ ତାଙ୍କ ରୁମର ଭିଡିଓ କରି ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଥିଲେ। ସେଥିରେ ବିରାଟଙ୍କ ସାମଗ୍ରୀ ସବୁ ରଖା ଯାଇଥିବା ଦେଖିବାକୁ ମିଳଥିଲ। ଭିଡିଓଟି ତତକ୍ଷଣାତ୍‌ ଭାଇରାଲ୍‌ ହେବାଲେ ଲାଗିିଲା।

ସବୁଠାରୁ ଦୁଃଖର ବିଷୟ ହେଉଛି, ବ୍ୟକ୍ତି ଜଣକ ଏହି ଭିଡିଓ କରିବା ପାଇଁ ବିରାଟଙ୍କ ଅନୁମତି ନେଇନଥିଲେ। ସେ ବିରାଟଙ୍କ ରୁମର ଭିଡିଓ କରିବା ସହ ନିଜ ପେଜର ଭିୟୁ ବଢ଼ାଇବା ପାଇଁ ତାହାକୁ ସୋସିଆଲ୍‌ ମିଡିଆରେ ସେୟାର୍‌ ବି କରିଦେଲେ। ଯାହାକୁ ନେଇ ଖୁବ୍ ‌‌କ୍ଷୋଭ ପ୍ରକାଶ କରିଛନ୍ତି ପତ୍ନୀ ଅନୁଷ୍କା।

ସେ ତାଙ୍କ ସୋସିଆଲ୍‌ ମିଡିଆ ଷ୍ଟୋରିରେ ଲେଖିଛନ୍ତି, ‘ପୂର୍ବରୁ ବି ଅନେକ ଥର ଫ୍ୟାନମାନଙ୍କ ପାଗଳାମୀର ସାମ୍ନା କରିଛୁ। ମାତ୍ର ଏଥର ଯାହା ଘଟିଛି ତାହା ନିହାତି ଭାବେ ସବୁଠାରୁ ଖରାପ। ସେଲିବ୍ରେଟି ହୋଇଛ ମାନେ ଡିଲ୍‌ କରିବାକୁ ପଡ଼ିବ ଭାବି ମାନବିକତା ଲଂଘୁ ଥିବା ବ୍ୟକ୍ତିମାନେ ଥରେ ଚିନ୍ତା କରନ୍ତୁ ଯଦି ତମ ବେଡ୍‌ରୁମର ଭିଡିଓ ଭାଇରାଲ୍‌ ହୁଏ ତ କିପରି ଲାଗିବ?’