ନିର୍ବନ୍ଧ ଚର୍ଚ୍ଚାର ଅବସାନ ଘଟାଇଲେ ବିରାଟ । କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନିର୍ବର୍ନ୍ଧ ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଜି ଏନେଇ ଟ୍ୱିଟ୍ କରିଛନ୍ତି ବିରାଟ କୋହଲି ।
ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାର ଅବସାନ ଘଟାଉଛି ଏବଂ ଏବେ ନିର୍ବନ୍ଧ ହେବାର ନାହିଁ । ଏହାସହ ନିର୍ବନ୍ଧ ତାରିଖ ସ୍ଥିର ହେଲେ ଜଣାଇବି ବୋଲି ବିରାଟ ଟ୍ୱିଟରେ ଲେଖିଛନ୍ତି । ରିଷିକେଶରେ ଏବେ ବିରାଟ ଛୁଟି କଟାଉଛନ୍ତି ।
ତେବେ, ଜାନୁଆରୀ ୧ ତାରିଖରେ ବିରାଟ ଓ ଅନୁଷ୍କାଙ୍କ ନିର୍ବନ୍ଧ ହେବ ବୋଲି ଚର୍ଚ୍ଚା ହେଉଥିଲା । ବିରାଟ ଏବେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/proxy.jpg)