ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା : ଅନୁଭବଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ

 ପାରିବାରିକ ଅଦାଲତରେ ବିଚାର ଚାଲିଥିବାରୁ ତ୍ୱରିତ ଶୁଣାଣି ପାଇଁ ମନାକଲେ ହାଇକୋର୍ଟ

3,966

କନକ ବ୍ୟୁରୋ : ବର୍ଷା ଅନୁଭବ ବିବାଦର ମାମଲା ହାଇକୋର୍ଟରେ ନୁହେଁ ଫ୍ୟାମିଲି କୋର୍ଟରେ ହିଁ ବିଚାର ହେବ । ଅନୁଭବ ନିଜ ଆଡୁ ମାମଲାର ବିଚାର ପ୍ରକ୍ରିୟା ବିଳମ୍ବ ହୋଇଥିବା ନେଇ ହାଇକୋର୍ଟରେ ଦ୍ୱାରସ୍ତ ହୋଇଥିଲେ । ହେଲେ ହାଇକୋର୍ଟ ପୂର୍ବ ମାମଲାର ସ୍ଥିତିକୁ ଦେଖିବା ପରେ ସ୍ପଷ୍ଟ କରିଛନ୍ତି କି ଫ୍ୟାମିଲି କୋର୍ଟରେ ମାମଲାଟିର ବିଚାର ପ୍ରକିୟା ଜାରି ରହିଛି, ତେଣୁ ହାଇକୋର୍ଟରେ ଏହି ମାମଲାକୁ ନେଇ ପୁଣି ଆରମ୍ଭ କରିବା ଅନାବଶ୍ୟକ । ପୂର୍ବରୁ ଅନୁଭବ ବର୍ଷାଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲେ ସୁଦ୍ଧା କୌଣସି ସକରାତ୍ମ ଦିଗ ବାହାରି ପାରିନାହିଁ । ଫ୍ୟାମିଲି କୋର୍ଟ ଏବେବି ଉଭୟଙ୍କ ସମ୍ପର୍କ ସୁଧାରିବା ପାଇଁ ସ୍ୱତନ୍ତ୍ର କାଉଂସିଲର ଦାୟିିତ୍ୱରେ ଅଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ପରିବାର ଅଦାଲତରେ ବିଚାରାଧୀନ ତାଙ୍କ ଛାଡ଼ପତ୍ର ଆବେଦନର ଶୁଣାଣି ନିର୍ଦ୍ଧାରିତ ସମୟସୀମା ଭିତରେ ଶେଷ କରିବାକୁ ନିର୍ଦ୍ଦେଶ ଲୋଡ଼ି ଅନୁଭବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସେ ଦର୍ଶାଇଥିଲେ ଯେ ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୫ ତାରିଖର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀର ପଟିଆଲା ହାଉସ ଅଦାଲତରୁ କଟକ ପରିବାର ଅଦାଲତକୁ ତାଙ୍କ ଛାଡ଼ପତ୍ର ଆବେଦନ ଶୁଣାଣି ପାଇଁ ସ୍ଥାନାନ୍ତର ହୋଇଥିଲା । ମାମଲାର ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ କହିଥିଲେ । ଏଥିସହିତ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ମଧ୍ୟ ଛାଡ଼ପତ୍ର ମାମଲାର ଶୁଣାଣି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କରାଯିବା କଥା । କିନ୍ତୁ ବିଭିନ୍ନ କାରଣରୁ ଛାଡ଼ପତ୍ର ଆବେଦନର ଶୁଣାଣି ଘୁଞ୍ଚି ଚାଲିଛି । ତେବେ ହାଇକୋର୍ଟଙ୍କ ଆଜି ନିଷ୍ପତ୍ତି ପରେ ଫ୍ୟାମିଲି କୋର୍ଟରେ ଚାଲୁଥିବା ମାମଲାର ପୂର୍ଣ୍ଣାଙ୍ଗ ନିଷ୍ପତ୍ତି କ’ଣ ହେବ କେତେ ବିଳମ୍ବ ହେବ ତାହା ଏବେବି କହିବା ମୁସକିଲ ହୋଇପଡ଼ିଛି ।