ଥମୁନି ଅପରାଜିତା-ଅନୁଭବଙ୍କ ଟ୍ୱିଟ ଯୁଦ୍ଧ । ଅପରାଜିତା ଷଡଙ୍ଗୀଙ୍କୁ ଟ୍ୱିଟରରେ ଅନୁଭବ ମହାନ୍ତିଙ୍କ ପ୍ରଶ୍ନ ।

736

କନକ ବ୍ୟୁରୋ: ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ପୁଣି ଟୁଇଟ୍ ୱାର । ଦୁଇ ଦିନ ପୂର୍ବ ଅପରାଜିତାଙ୍କ ଟ୍ୱିଟର ଉତ୍ତରରେ ଅନୁଭବ ଲେଖିଛନ୍ତି ପ୍ରଥମେ ଆପଣ ଜଗନ୍ନାଥ ମନ୍ଦିର ପାଇଁ ଏନଏମଏ ବାଇ ଲ ଆଣି କାହିଁକି ପ୍ରତ୍ୟାହାର କରାଗଲା ତାର କାରଣ କୁହନ୍ତୁ ।

ତେବେ ଏହା ପୂର୍ବରୁ ପ୍ରଥମେ ଅନୁଭବ ଟୁଇଟ୍ କରିଥିଲେ, ସେ ବ୍ୟକ୍ତିଗତ ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ, ବାଇ-ଲ ବିବାଦରେ, ସେମାନଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଯିବାପାଇଁ ଅନୁରୋଧ କରିଥିଲେ । କିନ୍ତୁ, ଅପରାଜିତା ସିଧାସଳଖ ମନା କରିଦେଇଥିଲେ । ସେପଟେ ସାଂସଦ ଅପରାଜିତା ଷଡଙ୍ଗୀ ଏହାର ଜବାବରେ ଟୁଇଟ୍ କରିଥିଲେ । ଏଥିରେ ଅପରାଜିତା କହିଥିଲେ, ବିନା କାରଣରେ କୌଣସି କାମ ହୁଏ ନାହିଁ । ସେ ଉଚିତ୍ ସମୟରେ ମୁହଁ ଖୋଲିବେ ।