ବଡ଼ ପରଦାକୁ ଫେରିପାରନ୍ତି ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି: ସାକ୍ଷତକାରରେ କହିଲେ, କେନ୍ଦ୍ରାପଡ଼ାବାସୀ ଓ ମୁଖ୍ୟମନ୍ତ୍ରୀ ଚାହିଁଲେ କରିବେ ଫିଲ୍ମ

ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଫିଲ୍ମ କରିବାକୁ ଆଗ୍ରହୀ; ବିଜୁ ବାବୁ ପରେ ବଡ ପରଦାରୁ ଦୂରେଇ ରହିଛନ୍ତି ଅନୁଭବ

1,359

କନକ ବ୍ୟୁରୋ: ପୁଣି ରୂପେଲି ପରଦାକୁ ଫେରିବେ କି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ଦୀର୍ଘ ଦିନ ଧିରି ରାଜନୀତି ମୈଦାନରେ ବ୍ୟସ୍ତ ଥିବା ଅନୁଭବ ଚଳଚିତ୍ର ଜଗତରୁ ଦୂରେଇ ରହିଛନ୍ତି । ନିକଟରେ ଆକ୍ସ ଅନୁଭବ ନାମକ ଏକ ଅନଲାଇନ ସାକ୍ଷାତକାରରେ ଅନୁଭବ କହିଛନ୍ତି ଯେ, ଯଦି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରାପଡା ବାସୀ ଚାହିଁବେ ତେବେ ସେ ପୁଣି ଫିଲ୍ମ ଜଗତକୁ ଫେରିବେ ।

ଅନୁଭବ ମହାନ୍ତିଙ୍କ ଏହି ଇସାରା ଓଡ଼ିଆ ଫିଲ୍ମ ଦର୍ଶକ ପାଇଁ ଏକ ଖୁସି ଖବର ଆଣି ଦେଇଛି । କାରଣ, ଓଲିଉଡର ସବୁଠୁ ଚର୍ଚ୍ଚିତ ସିନେ ତାରକା ପୁଣି ଫିଲ୍ମ ଦୁନିଆକୁ ଫେରିପାରନ୍ତି । ଫିଲ୍ମକୁ ସେ ସବୁ ବେଳେ ଭଲ ପାଆନ୍ତି ଏବଂ କେନ୍ଦ୍ରପଡ଼ାବାସୀ ଓ ମୁଖ୍ୟମନ୍ତ୍ରୀ ଯଦି ଚାହିଁବେ, ଫିଲ୍ମ କରିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି କେନ୍ଦ୍ରପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ।

କେବଳ ସେତିକି ନୁହେଁ, ନିଜ ପତ୍ନୀ ତଥା ଓଲିଉଡ ବ୍ୟୁଟି ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଫିଲ୍ମ କରି ପାରନ୍ତି ବୋଲି ଇସାରା ଦେଇଛନ୍ତି ଅନୁଭବ । ଯଦି ଭଲ ସ୍କ୍ରିପ୍ଟ ମିଳେ, ଯାହା ସାମାଜକୁ ଏକ ଭଲ ବାର୍ତ୍ତା ଦେଉଥିବ, ତେବେ ସେଭଳି ସିନେମା କରିବାକୁ ନିଶ୍ଚୟ ଚାହିଁବେ ବୋଲି ଅନୁଭବ କହିଛନ୍ତି ।

୨୦୦୪ ମସିହାରେ ‘ଆଇ ଲଭ୍ ୟୁ’ ଫିଲ୍ମ ଜରିଆରେ ଓଲିଉଡକୁ ଏଂଟ୍ରି କରି ସେ ସମୟରେ ଚହଳ ପକାଇ ଦେଇଥିବା ଅନୁଭବ ଇତି ମଧ୍ୟରେ ଉଭୟ ବେଙ୍ଗଲି ଓ ଓଡ଼ିଆ ଫିଲ୍ମକୁ ମିଶାଇ ୫୩ଟି ଫିଲ୍ମ କରିସାରିଛନ୍ତି । ତାଙ୍କ ଅଭିନୀତ ଶେଷ ଫିଲ୍ମ ହେଉଛି ‘ବିଜୁ ବାବୁ’ । ଏସବୁ ଭିତରେ କିନ୍ତୁ ଦର୍ଶକଙ୍କ ସବୁଠୁ ଅଧିକ ପସନ୍ଦ-ବର୍ଷା ଅନୁଭବଙ୍କ ଯୋଡ଼ି । ଏହି ଯୋଡ଼ି ଏକାଧିକ ହିଟ୍ ଫିଲ୍ମ ଓଡ଼ିଆ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।