ବର୍ଷାଙ୍କ ଅଭିଯୋଗ ପରେ କାଉଣ୍ଟର କଲେ ଅନୁଭବ: ସୋସିଆଲ ମିଡିଆ ପୋଷ୍ଟରେ ଲେଖିଲେ ଏମିତି କଥା…

302

କନକ ବ୍ୟୁରୋ: ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଥିବା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରୀୟଦର୍ଶିନୀ ମାମଲାରେ ନୂଆ ମୋଡ । ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଭିଡିଓ ପଜାରି କରିବା ନେଇ ଏବେ ଅନୁଭବ ମହାନ୍ତିଙ୍କ ବିରୋଧରେ ସାଇବର ଥାନାରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ । ଏଭଳି ଭିଡିଓ ଦ୍ୱାରା ତାଙ୍କ ଚରିତ୍ର ସଂହାର କରାଯାଉଥିବା ଅଭିଯୋଗ କରି କଟକ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବର୍ଷା । ସାଇବର ଥାନାରେ ବର୍ଷାଙ୍କ ଅଭିଯୋଗ ପଂଜିକୃତ କରାଯାଇଛି ।

ଏହାକୁ ଆଧାର କରି ତଦନ୍ତ କରାଯିବ । ଗତ ରବିବାର ମଧ୍ୟ ଅନୁଭବଙ୍କ ସୋସିଆଲ ମିଡିଆ ଭିଡିଓକୁ ନେଇ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ବର୍ଷା । ନିଜ ଏଫଆଇଆର କପିରେ ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆକୁ ମାଧ୍ୟମ କରି ତାଙ୍କୁ ଅପମାନିତ କରୁଥିବା କଥା କହିଥିଲେ । ତାଙ୍କୁ ଏବଂ ତାଙ୍କ ପରିବାରକୁ ତଳିତଳାନ୍ତ କରିବାକୁ ସାଂସଦ ଅନୁଭବ ହୀନ ଷଡଯନ୍ତ୍ର କରିଥିବା ନିଜ ଏଫଆଇଆର କପିରେ ଦର୍ଶାଇ ଥିଲେ । ଅନୁଭବ ଓ ବର୍ଷାଙ୍କ ମାମଲା ଏବେ ଫ୍ୟାମିଲି କୋର୍ଟରେ ବିଚାରଧିନ ରହିଛି ।

ଆଇନ ଉପରେ ଭରସା ନକରି ସାମାଜିକ ଗଣାମାଧ୍ୟକୁ ଅସ୍ତ୍ର କରି ତାଙ୍କୁ ଅପମାନିତ କରାଯିବା ସହ ମାନସିକ ନିର୍ଯାତନା ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ ବର୍ଷା । ଏହାପରେ ପୁଣି ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଜାରି କରିଥିଲେ ଅନୁଭବ । ସେପଟେ ମଙ୍ଗଳବାର ଫ୍ୟାମିଲି କୋର୍ଟରେ ଶୁଣାଣିବେଳେ ଅନୁଭବ ପହଁଚିଥିବାବେଳେ ବର୍ଷା କିନ୍ତୁ ଅନୁପସ୍ଥିତ ଥିଲେ । ଆଉ ଆଜି ସାଇବାର ଥାନାରେ ପହଁଚି ପୁଣିଥରେ ଅନୁଭବଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସେପଟେ ସୋସିଆଲ ମିଡିଆରେ ବର୍ଷାଙ୍କ ଫ୍ୟାନେ ପେଜ୍ ସେୟାର କରି ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି ।