କାଶ୍ମୀରରେ ଅନୁଭବ ମହାନ୍ତିଙ୍କ ସହ କଣ ହୋଇଥିଲା ? କନକ ନ୍ୟୁଜକୁ କ୍ୟାମେରାମ୍ୟାନ କହିଲେ ସତ

48

କନକ ବ୍ୟୁରୋ : କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରୁ ଅଳ୍ପକେ ବର୍ତିଲେ ରାଜ୍ୟସଭା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ଜମ୍ମୁ କାଶ୍ମୀରକୁ ଏକ ଓଡିଆ ଫିଲ୍ମର ସୁଟିଂ ପାଇଁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିବା ଜଣପଡିଛି । ଓଡିଆ ଫିଲ୍ମ ‘ପ୍ରେମ କୁମାର’ ର ସୁଟିଂ ପାଇଁ କଶ୍ମୀରର ଦୃଢପଟନୀ ଅଂଚଳକୁ ଯାଇଥିଲେ ଅନୁଭବ ମହାନ୍ତି । ସେଠାରୁ ସୁଟିଂ ସାରି ତାଙ୍କ ଟିମ୍ ଏକ ଗାଡିରେ ଫେରୁଥିବା ବେଳେ ବାରମୁଲ୍ଲା ଅଂଚଳରେ ଦୁଇ ଜଣ ଆତଙ୍କବାଦୀ ଜାତୀୟ ରାଜପଥରେ ଯାଉଥିବା ଗାଡି ଗୁଡିକ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ ।

Anubhab mohantiଆତଙ୍କବାଦୀଙ୍କୁ ପୁଲିସ ପାଲଟା ଜବାବ ଦେବା ବେଳେ ସେହି ରାସ୍ତାରେ କିଛି ସମୟ ଉଭୟପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଅନ୍ୟପଟେ ଅନୁଭବଙ୍କ ଗାଡିକୁ ଡ୍ରାଇଭର ଜୋରରେ ସେହି ଅଂଚଳରୁ ନେବାକୁ ଉଦ୍ୟମ କଲା ବେଳେ ଗାଡିର ବ୍ରେକ ଫେଲ ହୋଇଯାଇଥିଲା ବୋଲି ସୂଚନା ମିଳିଥିଲା । କିନ୍ତୁ ପରବର୍ତୀ ସମୟରେ ଡ୍ରାଇଭର ଗାଡିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ । ଅନୁଭବ ଓ ତାଙ୍କ ସହଯୋଗୀ ସୁରକ୍ଷିତ ଭାବେ ଦିଲ୍ଲୀ ଫେରିଆସିଥିବା ସୂଚନା ମିଳିଛି ।

ତେବେ ଏ ଘଟଣା ସର୍ମ୍ପକରେ ଅନୁଭବଙ୍କ କ୍ୟାମେରା ଟିମର ଜଣେ ସଦସ୍ୟ କନକ ନ୍ୟୁଜକୁ ଟେଲିଫୋନ ମାଧ୍ୟମରେ କହିଛନ୍ତି, ପ୍ରେମ କୁମାରର ସୁଟିଂ ସାରି ଫେରୁଥିବା ବେଳେ ଜାତୀୟ ରାଜପଥରେ ହଠାତ୍ ଆତଙ୍କବାଦୀ ମାନେ ଗୁଳି ଚଳାଇଥିଲେ । ତେବେ ସେହି ସମୟରେ ଅନୁଭବ ପ୍ରାୟ ୪୦ କିଲୋମିଟର ଦୂରରେ ରହିଥିଲେ । ପରେ ଫୋନ କରି ପୂରା ଘଟଣା ସର୍ମ୍ପକରେ ଅନୁଭବଙ୍କୁ ଜଣାଇଥିଲେ ଟିମ୍ ମେମ୍ବର । ତେବେ ଘଟଣାସ୍ଥଳରେ ଅନୁଭବ ପହଞ୍ଚିବା ପରେ ତାହା ପୋଲିସ ନିୟନ୍ତ୍ରଣକୁ ଆସି ଯାଇଥିଲା । ଆଉ ସୁରକ୍ଷିତ ଭାବେ ଟିମ୍ ମେମ୍ବରଙ୍କ ସହ ଫେରିଥିଲେ ଅନୁଭବ । ସୂଚନା ଅନୁଯାୟୀ, ଏବେ ପ୍ରେମ କୁମାର ଫିଲ୍ମର ସୁଟିଂ ପାଇଁ ଏବେ ଅନୁଭବ କାଶ୍ମୀରରେ ଅଛନ୍ତି । ତାଙ୍କ ସହ ନିର୍ଦ୍ଦେଶକ ତାପସ ସରଘରିଆ , କ୍ୟାମେରା ମ୍ୟାନ ରବୀନ୍ଦ୍ର ବେହେରା. ମେକଅପ୍ ମ୍ୟାନ ରାଜକିଶୋର ବେହେରା, ସୁଜିତ ଦଳେଇ ମଧ୍ୟ ଯାଇଛନ୍ତି ।