ମୋଦି ସରକାରଙ୍କ ଚାପରେ ନଇଁଲା ଆଣ୍ଟିଗୁଆ : ରଦ୍ଦ ହେବ ପିଏନବି ଘୋଟାଲାର ଅନ୍ୟତମ ମହାନାୟକଙ୍କ ନାଗରିକତା, ଭାରତ ଅଣାଯିବା ରାସ୍ତା ପରିସ୍କାର

139

କନକ ବ୍ୟୁରୋ : ଭାରତ ସରକାରଙ୍କ ଚାପରେ ନଇଁଲା ଆଣ୍ଟିଗୁଆ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଘୋଟାଲାର ଅନ୍ୟତମ ମହାନାୟକକୁ ଭାରତ ଅଣାଯିବା ରାସ୍ତା ପରିସ୍କାର । ମେହୁଲ ଚୋକସିଙ୍କୁ ଚରମ ବାଣୀ ଶୁଣାଇଛନ୍ତି ଆଣ୍ଟିଗୁଆ ସରକାର । ଖୁବ ଶୀଘ୍ର ମେହୁଲ ଚୋକସିଙ୍କ ନାଗରିତକାକୁ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ । ଭାରତ ପକ୍ଷରୁ ଲଗାତାର ଚାପ ପଡ଼ୁଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ଆଣ୍ଟିଗୁଆ ସରକାର ।

ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପାଇଁ ବଢ଼ିଲା ସଙ୍କଟ । ଭାରତ ସରକାରଙ୍କ ଚାପ ଯୋଗୁଁ ଆଣ୍ଟିଗୁଆ ସରକାର ମେହୁଲଙ୍କ ନାଗରିତକତା ରଦ୍ଦ କରିବା ପାଇଁ ଯାଉଛନ୍ତି । ଏହାଦ୍ୱାରା ପଳାତକ ବ୍ୟବସାୟୀକୁ ଭାରତ ଆଣିବା ରାସ୍ତା ପରିସ୍କାର ହୋଇଯିବ । ମେହୁଲଙ୍କ ନାଗରିକତା ରଦ୍ଦ ପରେ ଭାରତ ପ୍ରତ୍ୟର୍ପଣ କରାଯିବ । କୌଣସି ଅଭିଯୁକ୍ତଙ୍କୁ ଆମ ଦେଶରେ ସ୍ଥାନ ନାହିଁ ବୋଲି କହିଛନତ୍ି ଆଣ୍ଟିଗୁଆ ସରକାର । ନାଗରିକତା ରଦ୍ଦ ପରେ ପଳାତକ ହୀରା ବ୍ୟବସାୟୀଙ୍କ ପାଖରେ କୌଣସି ପ୍ରକାର ରାସ୍ତା ରହିବ ନାହିଁ । ଭାରତ ସରକାରଙ୍କୁ ଏନେଇ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି । ତେବେ ମେହୁଲ ଚୋକସିଙ୍କୁ ସମସ୍ତ ପ୍ରକାର ଆଇନ୍ ପ୍ରକିୟା ପୂରଣ ପାଇଁ ସମୟ ପ୍ରଦାନ କରାଯିବ । ତାଙ୍କ ପାଖରେ କୌଣସି ଅନ୍ୟଉପାୟ ନରହିଲେ, ଭାରତରକୁ ପ୍ରତ୍ୟର୍ପିତ କରାଯିବ ।

ପିଏନବି ଘୋଟାଲା ଅନୁସାରେ ନୀରବ ମୋଦି ଓ ମେହୁଲ ଚୋକସିଙ୍କ ଉପରେ ୧୩ ହଜାର କୋଟି ଆତ୍ମସାତ୍ କରିବାର ଅଭିଯୋଗ ରହିଛି । ୨୦୧୮ରେ ଏହି ମାମଲା ସାମ୍ନାକୁ ଆସିଥିଲା । ଅ ନିର୍ବାଚନୀ ଋତୁରେ ନୀରବ ମୋଦି ଓ ମେହୁଲ ସରକାରଙ୍କୁ ନେଇ ଲଗାତାର ବିରୋଧୀ ଟାର୍ଗେଟ କରୁଥିିଲେ । କଂଗ୍ରେସ ଅଧ୍ୟକ୍ଷ ବାରମ୍ବାର ପିଏନବି ଘୋଟାଲାକୁ ଉଠାଇ ମୋଦି ସରକାର ବିଫଳତା ଗଣାଉଥିଲେ । ତେବେ ବର୍ତ୍ତମାନ ମେହୁଲ ଚୋକସିଙ୍କୁ ଭାରତ ଅଣାଗଲେ ମୋଦି ସରକାର ୨ର ପ୍ରଥମ ବଡ଼ ସଫଳତା ବୋଲି କୁାହାଯିବ ।

ସୂଚନା ଅନୁସାରେ ମେହୁଲ ଚୋକସିଙ୍କୁ ଅନେକ ଥର ସରକାର, ଏଜେନ୍ସି ଓ ଅଦାଲତଙ୍କ ତରଫରୁ ସମନ ପଠାଯାଇଥିଲା । ହେଲେ ପ୍ରତି ଥର ସାମ୍ନାକୁ ଆସିବା ପାଇଁ ମନା କରିଦେଇଥିଲା ପିଏନବି ମହାଘୋଟାଲାର ଅନ୍ୟତମ ମହାନାୟକ । ଭାରତ ଆସିଲେ ଭିଡ଼ହଂସା ଯୋଗୁଁ ଜୀବନ ଚାଲିଯିବ ବୋଲି ସେ ଯୁକ୍ତି ବାଢ଼ୁଥିଲେ । ତେବେ ଆଣ୍ଟିଗୁଆ ନାଗରିକତା ରଦ୍ଦ ପରେ ପଳାତକ ହୀରା ବ୍ୟବସାୟୀଙ୍କ ପାଖରେ ଆଉ ରାସ୍ତା ନାହିଁ, ସେ ଏବେ ଭାରତ ଫେରିବା ପାଇଁ ବାଧ୍ୟ ।