ଜାଣନ୍ତୁ ଜୀବନ ବୀମା ସହିତ ଜଡିତ କିଛି ଜଟିଳ ପ୍ରଶ୍ନର ଉତ୍ତର, ଯାହା ଆପଣଙ୍କ ପରିବାର ପାଇଁ ହେବ ରକ୍ଷା କବଚ

278

କନକ ବ୍ୟୁରୋ : ଭାରତରେ ସର୍ବଦା ଜୀବନ ବୀମା ଲୋକପ୍ରିୟ ହୋଇ ରହିଛି । ଅନ୍ୟ କିଛି ହେଉ ନା ନ ହେଉ ପ୍ରତି ଲୋକପାଇଁ ଜୀବନ ବୀମା ଅପରିହାର୍ଯ୍ୟ   । କିଛି ବର୍ଷ ପୂର୍ବରୁ କେବଳ ଭାରତୀୟ ଜୀବନ ବୀମା ନିଗମ ଦେଶର ଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଜୀବନ ବୀମା ଉପଲବ୍ଧ କରାଉଥିଲା । ହେଲେ ଏବେ ଦେଶରେ ଅନେକ ବୀମା କମ୍ପାନୀ ଲୋକଙ୍କୁ ଅଲଗା ଅଲଗା କିସମର ବୀମା ଉପଲବ୍ଧ କରାଉଛନ୍ତି । ହେଲେ ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି ।

ଯଦି ଆପଣଙ୍କ ମନରେ ଜୀବନ ବୀମାକୁ ନେଇ କିଛି ପ୍ରଶ୍ନ ଉଠୁଛି ତାହା ଏହି ଭଳି ହୋଇପାରେ । କେଉଁ କମ୍ପାନୀର ଜୀବନ ବୀମା ନେବେ, ଏହା କେତେ ଟଙ୍କାର କଭରେଜ ଦେବ । ଏଥିରେ ସ୍ୱାସ୍ଥ୍ୟବୀମା ଜଡିତ ଅଛି କି ନାହିଁ ?  ଏହା କେବଳ ଆପଣଙ୍କ ମନର ପ୍ରଶ୍ନ ନୁହେଁ ଏହା ଦେଶର କୋଟି କୋଟି ଲୋକଙ୍କ ମନର ପ୍ରଶ୍ନ । ତେବେ ଆସନ୍ତୁ ଜାଣିବା ଜୀବନ ବୀମା ସହିତ ଜଡିତ କିଛି ଜଟିଳ ପ୍ରଶ୍ନର ଉତ୍ତର ।

ଆପଣ ଓ ଆପଣଙ୍କ ପରିଜନଙ୍କ ଜୀବନର ଲକ୍ଷ୍ୟ ପାଇଁ ଜୀବନ ବୀମାର ଆର୍ଥିକ ସହାୟତାର ଆବଶ୍ୟକତା ରହିଛି । କୌଣସି ବ୍ୟକ୍ତି ୩୦ ବର୍ଷ ବୟସ ମଧ୍ୟରେ ଜୀବନ ବୀମା କରାଇନେବା ଉଚିତ୍ । କାରଣ ୩୦ ବର୍ଷ ପରେ ଆପଣ ଆପଣଙ୍କ କ୍ୟାରିଅର ଓ ପରିବାର ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଆପଣଙ୍କୁ ନିଜର ଓ ପରିବାରର ଭବିଷ୍ୟତକୁ ଧ୍ୟାନରେ ରଖି ଜୀବନ ବୀମା କରାଇବାର ଆବଶ୍ୟକତା ରହିଛି । କାରଣ ଯଦି ଆପଣଙ୍କ ସହିତ କୌଣସି ଅଘଟଣା ଘଟୁଛି କିମ୍ବା ଆପଣ କୌଣସି ଦୁର୍ଘଟଣାରେ ଜୀବନ ହରାଉଛନ୍ତି ତେବେ ଆପଣଙ୍କ ପରିବାର ଲୋକଙ୍କ ଜୀବନର ଲକ୍ଷ୍ୟ ଯେଭଳି ଅଟକି ନଯାଉ । ଏନେଇ ପ୍ରଥମେ ଆପଣଙ୍କୁ ଲକ୍ଷ୍ୟ କରିବାକୁ ପଡିବ କି ଆପଣ ଜୀବନରେ ଯାହା କରିବାକୁ ଚାହୁଁଛନ୍ତି ସେଥିପାଇଁ ଆପଣଙ୍କୁ କେତେ ଟଙ୍କାର ଆବଶ୍ୟକତା ରହିଛି । ଏହା ଆପଣଙ୍କ ଜୀବନ ବୀମାର ସମ ଆସୋଅଡ ଚୟନ କରିବାର ପ୍ରଥମ ମାଧ୍ୟମ ହେବ ।

କହିରଖୁ କି ବୟସ ତୁଳନାରେ ଆପଣଙ୍କର ଜୀବନ ବୀମା ପ୍ରିମିୟମ କମ୍ କିମ୍ବା ଅଧିକ ହୋଇପାରେ । କମ ବୟସରେ ବୀମା କରାଉଥିଲେ ଆପଣଙ୍କୁ ଅଳ୍ପ ଟଙ୍କା ପ୍ରିମିୟମରେ ଅଧିକ ସମଆସୋଅଡ ମଳିପାରିବ । ଅଧିକ ବୟସ୍କ ହୋଇଥିଲେ ଆପଣଙ୍କ ପ୍ରିମିୟମ ବଢିବ ଓ ସମଆସୋଅଡ କମିବ । ତେଣୁ ପ୍ରଥମେ ଆପଣ କମ ବୟସରୁ ଜୀବନ ବୀମା କରାଇବା ଆପଣଙ୍କ ପାଇଁ ଲାଭ ଦାୟକ ହେବ ।

ଅନ୍ୟପଟେ ଆପଣଙ୍କୁ ଦେଖିବାକୁ ପଡିବ କି ଆପଣ ଆଗକୁ କେତେ ବର୍ଷ କାମ କରିପାରିବେ । ଏହାସହ ଆପଣ କେତେ ଟଙ୍କା ପ୍ରିମିୟମ ଦେଲେ ଆପଣଙ୍କ ଦୈନ ଦିନ ଖର୍ଚ୍ଚ ପ୍ରଭାବିତ ହେବ ନାହିଁ ତାହା ଉପରେ ବି ଆପଣଙ୍କୁ ନଜର ରଖିବାକୁ ପଡିବ । କାରଣ ଏହା ହିସାବ ନକଲେ ଆପଣ ପ୍ରିମିୟମ ଦେବାରେ ବିଫଳ ହେବେ ଓ ଆପଣଙ୍କ ପଲିସ ଲାପ୍ସ ହୋଇଯିବ ।

ଅନ୍ୟପଟେ ଏବେ ଅଧିକାଂଶ ବୀମା କମ୍ପାନୀ ଜୀବନ ବୀମା ସହ ସ୍ୱାସ୍ଥ୍ୟବୀମା ବି ଯୋଡି ଦେଇଛନ୍ତି । ଏହା ଦ୍ୱାରା ଆପଣ କେବଳ ମୃତ୍ୟୁ ନୁହେଁ ବରଂ ରୋଗ କିମ୍ବା ଦୁର୍ଘଟଣାରେ ଶିକାର ହୋଇ ଚିକିତ୍ସିତ ହେଲେ ବି ବୀମା କମ୍ପାନୀ ଆପଣଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବ ।

ଅନ୍ୟପଟେ କିିଛି କମ୍ପାନୀ ଆଜୀବନ ବୀମା ପଲିସି ଆରମ୍ଭ କରିଛନ୍ତି । ଏଥିରେ ଆପଣଙ୍କ ପ୍ରିିମିୟମ ଅବଧି ସରି ଆପଣ ମ୍ୟାଚୁରିଟି ଫେରସ୍ତ ପାଇବା ପରେ ବି ଆପଣଙ୍କୁ କମ୍ପାନୀ ଜୀବନ ବୀମା ଉପଲବ୍ଧ କରାଇବ ।

ଏସବୁୂକୁ ଦୃଷ୍ଟିରେ ରଖି ଯଦି ଆପଣ ବୀମା ପରାମର୍ଶଦାତାଙ୍କ ଠାରୁ ସଠିକ ବୀମା କିଣୁଛନ୍ତି ତେବେ ଆପଣଙ୍କୁ ଭବିଷ୍ୟତରେ ନିଶ୍ଚିତ ଲାଭ ମିଳିବ ।