ଆଇପିଏଲ୍ ଟକ୍କର: ମୁମ୍ବାଇ ଇଣ୍ଡିଆନ୍ସର ଦ୍ୱିତୀୟ ବିଜୟ, ୪୮ ରନର ବଡ଼ ବ୍ୟବଧାନରେ ପଞ୍ଜାବକୁ ହରାଇଲା ରୋହିତ୍ ବାହିନୀ । 

433
କନକ ବ୍ୟୁରୋ: ଆଇପିଏଲ ଟକ୍କରର ହାଇଭୋଲଟେଜ୍ ମ୍ୟାଚରେ ବାଜି ମାରିନେଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ସାମ୍ନାରେ ୧୯୨ ରନର ବିଜୟ ରଖିଥିଲା ମୁମ୍ବାଇ, ହେଲେ ପ୍ରତି ଜବାବରେ ପଞ୍ଜାବ ୮ ୱିକେଟ୍ ହରାଇ ୧୪୩ ରନ୍ କରିବାକୁ ସକ୍ଷମ ହୋଇଛି । ବୁମରା, ଚହରଙ୍କ ଘାତକ ବୋଲିଂ ସାମ୍ନାରେ ରାହୁଲ ବ୍ରିଗେଡ୍ ମାଟିକାମୁଡିଛି ।
ତେବେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇର କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ଶାନଦାର୍ ୭୦ ରନର ପାଳିରେ ଦଳ ସାମ୍ନାନଜନକ ସ୍କୋର ଛିଡ଼ା କରିବାରେ ସଫଳ ହୋଇଥିଲେ । ଡେଥ୍ ଓଭରରେ ଦଳର ପୋଲାର୍ଡ ଏବଂ ପାଣ୍ଡ୍ୟାଙ୍କ ଧୁଆଁଧାର ବ୍ୟାଟିଂ ଜରିଆରେ ପଞ୍ଜାବ ପାଇଁ ୧୯୨ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ।