ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ । ୨୪ଘଣ୍ଟାରେ ନେଇପାରେ ଲଘୁଚାପର ରୂପ, ଉତ୍ତର ତାମିଲନାଡୁରେ ବର୍ଷା ସମ୍ଭାବନା ।

172

କନକ ବ୍ୟୁରୋ : ରାଜ୍ୟରେ ଶୀତର ଲହର ଆରମ୍ଭ ହୋଇଥିବା ବେଳେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୂର୍ଣ୍ଣିବଳୟ । ଏହି ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇପାରେ । ଏହା ପଶ୍ଚିମ ଓ ଉତର ପଶ୍ଚିମ ଦିଗରେ ଗତି କରି ଏହା ଅବପାତର ରୂପ ନେଇପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି ।

୧୧ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ତାମିଲନାଡୁରେ ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଏସବୁ ଭିତରେ ଏବେ ଚେନ୍ନାଇରେ ପ୍ରବଳ ମାତ୍ରାରେ ବର୍ଷା ହୋଇଛି । ପ୍ରବଳ ବର୍ଷା ଫଳରେ ରାସ୍ତାଘାଟରେ ପାଣି ଜମିଥିବା ବେଳେ ଅନେକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । ଯେଉଁଥିପାଇଁ ସ୍କୁଲ ଗୁଡିକୁ ଆଗାମୀ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଥିବା ବେଳେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଅନ୍ୟପଟେ ନଭେମ୍ବର ମାସରେ ଲଘୁଚାପ ସମ୍ଭାବନା ଦେଖାଦେବା ପରେ ଲୋକଙ୍କୁ ଭୟ ଘାରିଛି । ଏହି ଲଘୁଚାପ ପରେ ଶୀତର ପ୍ରକୋପ ବଢିବ ବୋଲି କୁହାଯାଉଛି ।