୧୭ରେ ଆସୁଛି ଆଉ ଏକ ଲଘୁଚାପ! ବାତ୍ୟାର ଆଶଙ୍କା ନଥିବା ସ୍ପଷ୍ଟ କଲା ପାଣିପାଗ ବିଭାଗ

216

କନକ ବ୍ୟୁରୋ: ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱବର୍ତୀ ଅଂଚଳରେ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇଛି । ଏସବୁ ଭିତରେ ପାଣିପାଗ ବିଭାଗ କହିଛି ଯେ, ସେମାବର ଅର୍ଥାତ୍ ୧୦ ଅକ୍ଟୋବର ବର୍ଷାର ପରିମାଣ କମ୍ ରହିବ । ହାଲୁକାରୁ ମଧ୍ୟମ ଧରରଣ ବର୍ଷା ଜାରି ରହିବ ବୋଲି ଆକଳନ କରାଯାଇଛି ।

୧୭ ତାରିଖରେ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ଆମେରିକାର ପାଣିପାଗ ସଂସ୍ଥା ଜିଏଫଏସ । ଏହାସହ ୨୧ରେ ଏହି ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ ବୋଲି ଏଥିରେ କୁହାଯାଇଛି । ହେଲେ ଆଂଚଳକ ପାଣିପାଗ କେନ୍ଦ୍ର କହିଛି ଯେ, ଚଳିତମାସ ଦ୍ୱିତୀୟ ସପ୍ତାହରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି, ହେଲେ କେବେ ହେବ, ନିର୍ଦ୍ଦିିଷ୍ଟ ତାରିଖ କହିହେବ ନାହିଁ । ତେବେ ବାତ୍ୟା ଆଶଙ୍କାକୁ ଖଣ୍ଡନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରୁ ଏପର୍ଯ୍ୟନ୍ତ ମୌସୁମୀ ଅପସାରଣ କରିନାହିଁ । ବର୍ଷା ଲାଗି ରହୁଥିବାରୁ ମୌସୁମୀ କେବେ ଫେରିବ, ସେ ନେଇ ଆକଳନ ହୋଇପାରି ନାହିଁ ।