ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୪୦୦ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୩ ହଜାର ୩୦୯କୁ ବୃଦ୍ଧି ।

257

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୪୦୦ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଗଞ୍ଜାମରୁ ୧୩୭, କଟକରୁ ୫୮, ଖୋର୍ଦ୍ଧାରୁ ୪୬, କୋରାପୁଟରୁ ୪୧, ଯାଜପୁରରୁ ୩୭, କେନ୍ଦୁଝରରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ମୟୂରଭଞ୍ଜରୁ ୯, ନୟାଗଡ଼ ଏବଂ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ବରଗଡ଼ରୁ ୫ ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ଜଗତସିଂହପୁରରୁ ୫, ସୋନପୁରରୁ ୫, ଅନୁଗୁଳ, କଳାହାଣ୍ଡି ଏବଂ ପୁରୀରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ୩ଜଣ ବୌଦ୍ଧ, ୨ଜଣ ଭଦ୍ରକ ଏବଂ ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୧୩ ହଜାର ୩୦୯ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

Comments are closed.