ଅର୍ଥନୀତିକୁ ବାଟକୁ ଆଣିବା ପାଇଁ ମୋଦି ସରକାରଙ୍କ ଆଉ ଏକ ପ୍ରୟାସ : ଆହୁରୀ ୨ ହଜାର କୋଟି ଆର୍ଥିକ ପ୍ୟାକେଜ୍ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର

କରୋନା ପ୍ରଭାବିତ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇଁ ହୋଇପାରେ ଉଦ୍ୟମ

156

କନକ ବ୍ୟୁରୋ : ଅର୍ଥନୀତିକୁ ବାଟକୁ ଆଣିବା ପାଇଁ ଆହୁରି ପ୍ରାୟ ୨ ହଜାର କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କରିପାରନ୍ତି ମୋଦି ସରକାର । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ବିଶେଷ କରି କରୋନା ଯୋଗୁଁ ପ୍ରଭାବିତ ହୋଇଥିବା କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ କରି, ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି ।

ତେବେ ପ୍ୟାକେଜ୍ ରୁପରେଖ କ’ଣ ହେବ ସମ୍ପର୍କରେ କୌଣସି ବିଶେଷ ତଥ୍ୟ ପ୍ରଦାନ କରାଯାଇ ନାହିଁ । ମିଳିଥିବା ସୂଚନା ଅନୁସାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ନେଇ ଏଦିଗରେ ଆଲୋଚନା ହେବାର ଅଛି ।