କନକ ବ୍ୟୁରୋ: ମହଙ୍ଗା ପଡ଼ିଲା ଉପରିସ୍ଥ ଅଧିକାରୀଙ୍କ ନାଁରେ ବେନାମି ଚିଠି । ଚାକିରିରୁ ନିଲମ୍ବିତ ହେଲେ ସିପାହୀ । ଲୋକସେବା ଭବନର ସୁରକ୍ଷା ଦାୟିତ୍ୱରେ ଥିବା ଅତିରିକ୍ତ ଡିସିପି ସୁଜିତ୍ କୁମାର ଦଳାଇଙ୍କ ନାମରେ ମିଥ୍ୟା ଅଭିଯୋଗର ବେନାମି ଚିଠି ପଡ଼ୁଥିଲା । ଏପରିକି ସାମାଜିକ ଗଣମାଧ୍ୟମରେ ସେସେଜ ଓ ଅଜଣା ନମ୍ବରରୁ କଲ କରି ଧମକ ଦିଆଯାଉଥିଲା । ଏନେଇ ଶ୍ରୀ ଦଳାଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଅବଗତ କରିଥିଲେ । ଏହାର ସତ୍ୟସତ୍ୟ ଜାଣିବା ପାଇଁ ତଦନ୍ତ ଚଳାଇଥିଲେ ପୋଲିସ କମିଶନର । ଅଉ ତଦନ୍ତ ପରେ ପଦାକୁ ଆସିଥିଲା ସାଂଘାତିକ ସତ ।

Advertisment

ଏଭଳି ବେନାମି ଚିଠି ପକାଉଥିଲେ ଜଣେ ସିପାହୀ । ସୀପାହୀଙ୍କ କାରନାମା ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସିପାହୀ ଜଣଙ୍କ ହେଲେ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ଦଦୀପକ କୁମାର ମହାରଣା । ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏପରିକି ତାଙ୍କ ନାମରେ ସାଇବର ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ କରୁଛି ପୋଲିସ ।