ସରକାରୀ ଚାକିରିଆ ଓ ଜନପ୍ରତିନିଧି ଦେବେ ବାର୍ଷିକ ଆୟ ବିବରଣୀ । ପବ୍ଲିକ ଡୋମେନରେ ରହିବ ସମସ୍ତ ତଥ୍ୟ । ବିଜ୍ଞପ୍ତି ଜାରି କଲା ସାଧାରଣ ପ୍ରଶାସନ ବିଭାଗ ।

244

କନକ ବ୍ୟୁରୋ: ଓଡିଶାରେ ସରକାରୀ ଚାକିରିଆ ଓ ଜନପ୍ରତିନିଧି ଦେବେ ବାର୍ଷିକ ଆୟ ବିବରଣୀ । ପ୍ରଶାସନକୁ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ କରିବାକୁ ଯାଇ ଏଭଳି ନିଷ୍ପତ୍ତି ନେଇଛି  ସାଧାରଣ ପ୍ରଶାସନ ବିଭାଗ । ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଏଣିକି ସମସ୍ତ ବର୍ଗର ସରକାରୀ ଚାକିରିଆ ସେମାନଙ୍କର ଆୟର ବିବରଣୀ ପ୍ରଦାନ କରିବେ । ଏଥିସହ ଏହାକୁ ସମସ୍ତେ ଜାଣିବା ଭଳି ପବ୍ଲିକ ଡୋମେନରେ ମଧ୍ୟ ରଖିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।