ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକଙ୍କୁ ଦଣ୍ଡ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍ ହାର ଶୂନ ଥିବା ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ଦରମା ବୃଦ୍ଧି ବନ୍ଦ କଲେ ସରକାର ।

733

କନକ ବ୍ୟୁରୋ : ବାର୍ଷିକ ମାଟ୍ରିକ ପରୀକ୍ଷା-୨୦୧୯ରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରି ନଥିବା ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ଇନକ୍ରିମେଣ୍ଟ ବନ୍ଦ ହୋଇଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନୋଟିସ୍ ଜାରି କରିଛନ୍ତି।

ପୂର୍ବରୁ ମାଟ୍ରିକ୍ ରେଜଲ୍ଟ ଖରାପ ହେବା ନେଇ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କନ୍ତୁ ପ୍ରଧାନଶିକ୍ଷକମାନେ କାରଣ ଦର୍ଶାଅ ନୋଟିସକୁ ବେଖାତିର କରିଥିଲେ। ଫଳରେ ଏବେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି। ସେହିପରି ଗତ ବାର୍ଷିକ ପରୀକ୍ଷାରେ ୫୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବିଦ୍ୟାଳୟଗୁଡ଼ିକର ପ୍ରଧାନଶିକ୍ଷକଙ୍କର ଇନକ୍ରିମେଣ୍ଟ ମଧ୍ୟ ବନ୍ଦ କରି ଦିଆଯାଇଛି।