ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ୩ ପଦାର୍ଥର୍ ବିଜ୍ଞାନୀଙ୍କୁ ମିଳିତ ଭାବେ ମିଳିବ ନୋବେଲ

201

କନକ ବ୍ୟୁରୋ: ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ୩ ପଦାର୍ଥର୍ ବିଜ୍ଞାନୀଙ୍କୁ ମିଳିତ ଭାବେ ମିଳିବ ନୋବେଲ । ଆଲେନ ଆସପେକ୍ଟ, ଜନ ଏଫ କ୍ଲଜର, ଆଣ୍ଟୋନ ଜେଲିଙ୍ଗରଙ୍କୁ ନୋବେଲ । ଏହି ୩ ବୈଜ୍ଞାନିକଙ୍କୁ କ୍ୱାଣ୍ଟମ ମେକୋନିକ୍ସ କ୍ଷେତ୍ରରେ କାମ କରିବା ପାଇଁ ଏହି ପୁରସ୍କାର ଦିଆଯିବ ।

ସୋମବାରଠାରୁ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଛି । ପ୍ରଥମେ ମେଡିସିନ ପାଇଁ ସ୍ୱେଣ୍ଟ ପାବୋଙ୍କୁ ଏହି ପୁରସ୍କାର ପାଇଁ ଘୋଷଣା ହୋଇଥିଲା । ଏହି ସପ୍ତାହରେ ବୁଧବାର ରସାୟନ ବିଜ୍ଞାନ ଓ ଗୁରୁବାର ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହେବ । ସେହିପରି ୧୦ ତାରିଖରେ ଅର୍ଥଶାସ୍ତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା ହେବ ।