କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ସୁରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କଲା ବିଜେପି । ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ହେଉଛନ୍ତି । ସୁରଜ ସୂର୍ଯ୍ୟବଂଶୀ । ସୂର୍ଯ୍ୟବଂଶୀଙ୍କ ନାଁରେ ବିଜେପି କେନ୍ଦ୍ରୀୟ ନିର୍ବାଚନୀ କମିଟି ମୋହର ମାରିଛି । ନଭେମ୍ବର ୩ ତାରିଖରେ ଉପ ନିର୍ବାଚନ ନେଇ ମତଦାନ ହେବ । ନଭେମ୍ବର ୬ ତାରିଖରେ ଫଳାଫଳ ପ୍ରକାଶ ପାଇବ ।
ଧାମନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇସାରିଲାଣି କସରତ । ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଓ କଂଗ୍ରେସ କିନ୍ତୁ ଏଯାଏ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ତେବେ ବିଜେଡି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/21-3.jpg)