କମେଡି ସୋ'କୁ ଯିବେ ଆନ୍ନା ହଜାରେ : ହସିବେ କପିଲ କଥାରେ

କମେଡି ସୋ'କୁ ଯିବେ ଆନ୍ନା ହଜାରେ : ହସିବେ କପିଲ କଥାରେ

source- www.youtube.com

ଫିଲ୍ଲ ଇଣ୍ଡଷ୍ଟ୍ରୀରେ ଏବେ ବାୟୋପିକ ଚଳଚ୍ଚିତ୍ର ନିର୍ମାଣର ଧାରା ଚାଲିଛି । ଏହି କ୍ରମରେ ଜଣାଶୁଣା ସମାଜସେବୀ ଆନ୍ନା ହଜାରେଙ୍କ ଜୀବନୀ ଶୈ÷ଳୀକୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର "ଆନ୍ନା କିଶନ ବାବୁରାଓ ହଜାରେ'। ବର୍ତମାନ ଚଳଚ୍ଚିତ୍ରକୁ ପ୍ରୋମୋସନ କରିବାର ମାଧ୍ୟମ ପାଲଟିଛି ଟେଲିଭିଜନରେ ପ୍ରସାରିତ ବିଭିନ୍ନ ରିଏଲିଟି ସୋ ।

ସୋନି ଟିଭିରେ ପ୍ରସାରିତ "ଦ କପିଲ ଶର୍ମା' ସୋରେ ନିଜର ଚଳଚ୍ଚିତ୍ରକୁ ପ୍ରୋମୋଟ କରିବା ପାଇଁ ପହଂଚିଥିଲେ ଆନ୍ନା ହଜାରେ । ଏହି ଚଳଚ୍ଚିତ୍ରକୁ ନିର୍ଦେଶନା ଦେଇଛନ୍ତି ଶଶାଙ୍କ ଉଦାପୁରକର । ଏବଂ ଫିଲ୍ମର ଟୁଇଷ୍ଟ ହେଲା ଯେ ନିର୍ଦେଶକ ନିଜେ ଆନ୍ନା ଭୂମିକାରେ ନଜର ଆସିଛନ୍ତି । ଏହା ବ୍ୟତିତ ଏହି ଫିଲ୍ମରେ ରଜତ କପୁର, ଶରତ ସକସେନା, ଗୋବିନ୍ଦ ନାମଦେବ ଏବଂ ତନିଶା ମୁଖାର୍ଜୀ ଅଭିନୟ କରିଛନ୍ତି । ଅକ୍ଟୋବର ୧୪ ତାରିଖରେ ଫିଲ୍ମଟି ରିଲିଜ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe