ଲୋକପାଳ ଗଠନରେ ବିଳମ୍ବ : ପୁଣି ଆନ୍ଦୋଳନ କରିବେ ଆନ୍ନା!

49

କନକ ବ୍ୟୁରୋ : କ୍ଷମତାକୁ ଆସିବାର ତିନିବର୍ଷ ପରେ ମଧ୍ୟ ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ନେଇ ସରକାରଙ୍କ ଉଦାସୀନତା ବିରୋଧରେ ଆନ୍ଦୋଳନ କରିବାକୁ ସମାଜସେବୀ ଆନ୍ନା ହଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚାରିପୃଷ୍ଠାର ପତ୍ରରେ ସେ ଲୋକପାଳ ନିଯୁକ୍ତି ଓ କୃଷି କ୍ଷେତ୍ରରେ ସମସ୍ୟାନେଇ ସ୍ୱାମୀନାଥନ କମିସନ ରିପୋର୍ଟ ଲାଗୁ ହେଉଥିବାନ ପ୍ରତିବାଦରେ ସେ ଆନ୍ଦୋଳନ ଆରମ୍ଭ କରିବେ।

ଲୋକପାଳ ନିଯୁକ୍ତି ନେଇ ପୂର୍ବରୁ ଅନେକ ପତ୍ର ପ୍ରଧାନମନ୍ତ୍ରୀଙ୍କୁ ଲେଖିବା ପରେ କୌଣସି ଜବାବ ନମିଳିବାରୁ ସେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି । ଦୁର୍ନୀତି ବୃଦ୍ଧି ପାଇଥିବା ଓ ଜନତା ପ୍ରଧାନମନ୍ତ୍ରୀଙ୍କ କଥାକୁ ବିଶ୍ୱାସ କରିବା ସତ୍ତ୍ୱେ ବିନା ଲାଞ୍ଚରେ କୌଣସି କାର୍ଯ୍ୟ ସଂପନ୍ନ ହେଉନାହିଁ । ପ୍ରଧାନମନ୍ତ୍ରୀ ନିଜର ମନ୍‌ କି ବାତ କାର୍ଯ୍ୟକ୍ରମରେ ମଧ୍ୟ ଏହାକୁ ଉଲ୍ଲେଖ କରିନାହାନ୍ତି ବୋଲି ପତ୍ରରେ ଲେଖିଛନ୍ତି । ନିଜର ଅସନ୍ତୋଷ ପ୍ରକଟ କରି କଳାଧନ ଦେଶକୁ ଫେରାଇ ଆଣିବାକୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପାଳନ କରିନଥିବା ସେ ଜଣାଇଛନ୍ତି । ଲୋକପାଳ ଓ ଲୋକାୟୁକ୍ତ ନିିଯୁକ୍ତି ଦ୍ୱାରା ଦେଶରୁ ୫୦ରୁ ୬୦ ପ୍ରତିଶତ ଦୁର୍ନୀତି କମ୍‌ ହୋଇପାରିବ । ଏପରିସ୍ଥଳେ ଯେଉଁ ରାଜ୍ୟମାନଙ୍କରେ ବିଜେପି ସରକାର ରହିଛି ସେଠାରେ ମଧ୍ୟ ଲୋକପାଳ ନିଯୁକ୍ତି ହୋଇପାରୁନଥିବା ସରକାରଙ୍କ ଉଦାସୀନତା ବୋଲି ସେ ଚେତେଇ ଦେଇଛନ୍ତି । ଏହାସହ ଦେଶର ଶିଳ୍ପପତିଙ୍କୁ ଯେଭଳି ପ୍ରୋତ୍ସାହନ ଦିଆଯାଇଛି, କୃୃଷକମାନଙ୍କୁ ମଧ୍ୟ ସେଭଳି ଧ୍ୟାନ ଦେବାକୁ ଆନ୍ନା ପତ୍ରରେ ଉଲ୍ଲେଖ କରିଛନ୍ତି ।

ଦୁର୍ନୀତି ମୁକ୍ତ ଭାରତ ନିର୍ମାଣ ପାଇଁ ଆନ୍ନା ହଜାରେ ୨୦୧୧ରେ ଦିଲ୍ଲୀର ରାମଲୀଳୀ ମୈଦାନରେ ଆନ୍ଦୋଳନ କରିଥିଲେ । ୨୦୧୧ ଅଗଷ୍ଟ ୨୭ରେ ସଂସଦରେ ଦେଶରେ ଲୋକପାଳ, ପ୍ରତି ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଖୁବ୍‌ ଶୀଘ୍ର ଆଇନ ଗଠନ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା । ପରେ ଆନ୍ନା ହଜାରେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ଏହା ମଧ୍ୟରେ ୬ବର୍ଷ ବିତିଯାଇଥିଲେ ମଧ୍ୟ ଲୋକପାଳ ନିଯୁକ୍ତ ହୋଇପାରିନାହିଁ ।