ଆଜି ହେଉଛି ବଲିଉଡ ଅଭିନେତା ଅନିଲ୍ କପୁରଙ୍କ ଜନ୍ମଦିନ । ୬୦ ବର୍ଷରେ ପାଦ ରଖିଛନ୍ତି ମିଷ୍ଟର ଇଂଣ୍ଡିଆ ଅନିଲ୍ । ୧୨ ବର୍ଷ ବୟସରେ ହିିଁ ସେ ପ୍ରଥମେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ । ପରେ ୧୯୮୩ ମସିହାରେ "ୱୋ ସାତ ଦିନ୍' ସିନେମା ଜରିଆରେ ବଲିଉଡ ଜଗତରେ ଡେବ୍ୟୁ କରିଥିଲେ । ୨୦୦୨ ମସିହାରେ ସେ "ବଧାଇ ହୋ ବଧାଇ' ସନେମାକୁ ପ୍ରଯୋଜନା କରିଥିଲେ ଯେଉଁଥିରେ ସେ ନିଜେ ମଧ୍ୟ ଅଭିନୟ କରିଥିଲେ ।
୨୦୧୦ ମସିହାରେ ସିନେମା "ଆଏସା' ମଧ୍ୟ ପ୍ରଯୋଜନା କରିଥିଲେ ଯେଉଁଥିରେ ମୁଖ୍ୟ ଭୂମିକାରେ ଅନିଲଙ୍କ ଝିଅ ସୋନମ କପୁର ନଜର ଆସିଥିଲେ । ରାମ୍ ଲଖନ୍ , ୱେଲକମ୍ , ୱେଲକମ୍ ବ୍ୟାକ୍ ଭଳି ସିନେମାରେ ଅନିଲ କପୁରଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/Anil-Kapoor.jpg)