ଅନୁଗୁଳରେ ଲଜ୍ଜା ! ସ୍କୁଲ ଯାଇଥିବା ୮ ବର୍ଷର ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ

37

କନକ ବ୍ୟୁରୋ :  ଅନୁଗୁଳ ଜିଲ୍ଲା ଜରଡା ସ୍କୁଲର ଜଣେ ୮ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏ ନେଇ ପରିବାର ପକ୍ଷରୁ ଜରପଡା ଥାନାରେ ଏତଲା ଦିଆଯାଇଛି । ଘଟଣା ପାଇଁ ସ୍କୁଲ କର୍ତୃପକ୍ଷଙ୍କୁ ଦାୟୀ କରି ସ୍କୁଲ ଆଗରେ ଅଭିଭାବକ ଧାରଣା ଦେଇଛନ୍ତି ।

ଖବର ଅନୁସାରେ, ଜରଡା ସ୍କୁଲର ଜଣେ ୮ ବର୍ଷର ଛାତ୍ରୀଙ୍କୁ ଗତକାଲି ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ,ସଂପୃକ୍ତ ଛାତ୍ରୀ ସ୍କୁଲ କର୍ତୃପକ୍ଷଙ୍କୁ ଜଣାଇଥିଲେ । କିନ୍ତୁ କର୍ତୃପକ୍ଷ ନ ଶୁଣିବାରୁ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ଜରପଡା ଥାନାରେ ଏତଲା ଦେଇଛନ୍ତି । ଘଟଣା ପରେ ଉତ୍ୟକ୍ତ ଗାଁ ଲୋକେ ଆଜି ସକାଳରେ ସ୍କୁଲରେ ଧାରଣା ଦେବା ତାଲା ପକାଇ ପ୍ରଧାନଶିକ୍ଷକଙ୍କୁ ଅଟକ ରଖିଛନ୍ତି । ଜରପଡା ଥାନା ଆଇଆଇସି ଘଟଣାସ୍ଥଳରେ ପଂହଚି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।