ଅଙ୍ଗନବାଡି କର୍ମୀଙ୍କ ଅମାନବୀୟ କାଣ୍ଡ ! କାନ୍ଦ ବନ୍ଦ ନକରିବାରୁ କୁନି ଝିଅର ପାଟିରେ ପୁରାଇଲେ ଲଙ୍କାଗୁଣ୍ଡ ।

23

ଶିଶୁମାନଙ୍କୁ କେହି କେହି ଭଗବାନଙ୍କ ରୂପ ବୋଲି କହିଥାନ୍ତି । ସେଥିପାଇଁ ସମସ୍ତେ ଶିଶୁମାନଙ୍କୁ ଭଲପାଇବା ଦେଇଥାନ୍ତି । କିନ୍ତୁ ମଧ୍ୟପ୍ରଦେଶର କ୍ରିଷ୍ଣା ଜିଲ୍ଲାସ୍ଥିତ ଭୂଷଣଗୁଲା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ଶିଶୁ ଦୀର୍ଘ ସମୟ ଧରି କାନ୍ଦ ବନ୍ଦ ନକରିବାରୁ ଜଣେ ଅଙ୍ଗନବାଡ଼ି କର୍ମୀ କ୍ରୋଧରେ ଆସି ଶିଶୁଟିର ପାଟିରେ ଲଙ୍କାଗୁଣ୍ଡ ପୂରାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ସୋମବାର ଦିନ ଘଟିଥିବା ସୂଚନା ରହିଛି ।

ସବୁଦିନ ପରି ଶିଶୁଟିର ମାଆ ଶିଶୁଟିକୁ ଅଙ୍ଗନବାଡ଼ି ସେଣ୍ଟରରେ ଛାଡ଼ିଦେଇ ଯାଇଥିଲେ । ଶିଶୁଟି ମାଆ ପାଖରୁ ଅଙ୍ଗନବାଡ଼ି ସେଣ୍ଟରକୁ ଯିବା ପାଇଁ ମଙ୍ଗୁ ନଥିଲା । ସେ ରାହା ଛାଡ଼ି କାନ୍ଦୁଥିଲା । ସେ କାନ୍ଦୁଥିବା ଅବସ୍ଥାରେ ହିଁ ଶିଶୁଟିର ମା ତାକୁ ସେଠାରେ ଛାଡ଼ି ଘରକୁ ଚାଲି ଯାଇଥିଲେ ।

ଶିଶୁଟିର କାନ୍ଦ ବନ୍ଦ କରି ତାକୁ ବୋଧ କରିବା ପାଇଁ କୁମାରୀ ନାମକ ଜଣେ ଅଙ୍ଗନବାଡ଼ି କର୍ମୀ ବହୁ ଉଦ୍ୟମ କରିଥିଲେ । ସେ ଶିଶୁଟିକୁ ଚୁପ୍ କରାଇବାରେ ବିଫଳ ହେବାରୁ କ୍ରୋଧରେ ଆସି ଶିଶୁଟିର ପାଟିରେ ଲଙ୍କାଗୁଣ୍ଡ ପୂରାଇ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଓ ଶିଶୁଟିର ଅଭିଭାବକମାନେ କୁମାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଏହି ଘଟଣା ଶୁଣିବା ପରେ ପଦସ୍ତ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି ।