ଅଙ୍ଗନବାଡିରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ତୁରନ୍ତ କରନ୍ତୁ ଆବେଦନ, ଦେବାକୁ ପଡିବନି କୌଣସି ବି ଫିସ୍

687

ସର୍ବ ପ୍ରଥମେ ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହିଁବୁ କି, ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ଆନ୍ଧ୍ରପ୍ରଦେଶରେ । ଆନ୍ଧ୍ରପ୍ରଦେଶ ସରକାର ଅଙ୍ଗନବାଡି ସହିତ ମିନି ଅଙ୍ଗନବାଡି ଏବଂ ଅଙ୍ଗନବାଡି ହେଲପର ପାଇଁ ୨୪୮ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ଆବେଦନ କରିବା ପାଇଁ ଶେଷ ତାରିଖ ରହିଛି ଚଳିତ ମାସ ୨୯ ତାରିଖ । ଆଶାୟୀ ପ୍ରାର୍ଥି ନିମ୍ନରେ ଦର୍ଶାଯାଇଥିବା ନିୟମାବଳୀ ଅନୁସାରେ ଆବେଦନ କରିପାରିବେ ।

ପଦବୀ ସଂପର୍କିତ ତଥ୍ୟ- ମୁଖ୍ୟ ଅଙ୍ଗନବାଡି କାର୍ଯ୍ୟକର୍ତ୍ତା-୪୫

ଅଙ୍ଗନବାଡି ଶ୍ରମିକ-୦୩

ଏବଂ ଅଙ୍ଗନବାଡି ହେଲପର -୨୦୦

ଦରମା- ନିର୍ଦ୍ଦିଷ୍ଟ ନୁହେଁ ।

ଶିକ୍ଷାଗତ ଯୋଗ୍ୟତା- ୧୦ମ ପାସ୍ କରିଥିବା ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ ।

ବୟସ ସୀମା- ଆବେଦନ କରିବା ପାଇଁ ଆବେଦନକାରୀଙ୍କର ସର୍ବନିମ୍ନ ବୟସ ୨୧ ଏବଂ ସର୍ବାଧିକ ବୟସ ୩୫ ବର୍ଷ ନିର୍ଧାରିତ ହୋଇଛି ।

ଆବେଦନ ଶୁଳ୍କ- ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ଧାର୍ଯ୍ୟ କରାଯାଇ ନାହିଁ ।

ଚାକିରି କରିବା ସ୍ଥାନ- କୁରନୁଲ(ଆନ୍ଧ୍ର ପ୍ରଦେଶ)

ଆବେଦନ କରିବାର ପ୍ରକ୍ରିୟା-ଯୋଗ୍ୟ ଆଶାୟୀପ୍ରାର୍ଥୀ ନିଜର ଆବେଦନକୁ ନିର୍ଧାରିତ ଫର୍ମାଟରେ ୨୯ ନଭେମ୍ବର ୨୦୧୮ ସଂଧ୍ୟା ୫ଟା ଭିତରେ ଆବଶ୍ୟକୀୟ ଦସ୍ତାବିଜ ସହିତ ପଠାଇପାରିବାକୁ ହେବ ।

ଚୟନ ପ୍ରକ୍ରିୟା-ଚୟନ ପ୍ରକ୍ରିୟା ଉଭୟ ଲିଖିତ ଏବଂ ସାକ୍ଷାତକାର ଆଧାରରେ କରାଯିବ ।

ତେବେ ଅଧିକ ସୂଚନା ପାଇଁ ଆପଣ ଏହାର ଆଧିକାରୀକ ୱେବସାଇଟ୍ http://www.kurnool.ap.gov.in/login.apo# କୁ ଯାଇ ଆବେଦନ କରିପାରିବେ ।