ଝିଅ ପାଇଁ ପୁଅକୁ ଛାଡିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମାଆ। ୱାଇ ଏସ ଭିଜୟମ୍ମା ୱାଇଏସଆର କଂଗ୍ରେସରୁ ଇସ୍ତଫା ଦେଲେ।

422

କନକ ବ୍ୟୁରୋ:  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ୍ ରେଡ୍ଡିଙ୍କ ମାଆ ୱାଇ ଏସ ଭିଜୟମ୍ମା ୱାଇଏସଆର କଂଗ୍ରେସ ପାର୍ଟି ଛାଡିଛନ୍ତି । ନିଜ ଝିଅ ପାଇଁ ପୁଅ ହାତ ଛାଡିଛନ୍ତି ମାଆ । ତେବେ ମାଆ ହିସାବରେ ସବୁବେଳେ ପୁଅ ପାଖରେ ରହିବି ବୋଲି ମଧ୍ୟ ସେ କହିଛନ୍ତି । ଶୁକ୍ରବାର ସେ ୱାଇଏସଆର କଂଗ୍ରେସ  ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଜଗନମୋଗନ ରେଡିଙ୍କ ଭଉଣୀ ୱାଇଏସ ଶର୍ମିଳା ୱାଇଏସଆର ତେଲେଙ୍ଗାନା ପାର୍ଟି ନାଁରେ ଏକ ନୂଆ ଦଳ ଗଢିଛନ୍ତି । ତେବେ ଅନାବଶ୍ୟକ ବିବାଦ ନ ଚାହୁଁଥିବାରୁ ଏ ନିଷ୍ପତି ନେଇଥିବା କହିଛନ୍ତି ।

ଏହାସହ ସେ କହିଛନ୍ତି ଶର୍ମିଳା ନିଜ ପିତାଙ୍କ ଆଦର୍ଶକୁ ଆଗକୁ ନେବାପାଇଁ ପଡୋଶୀ ରାଜ୍ୟ ତେଲେଙ୍ଗାନାରେ ଏକାକୀ ଲଢେଇ କରୁଛନ୍ତି ଯେଉଁଥିପାଇଁ ମତେ ତାଙ୍କୁ ସମର୍ଥନ କରିବାକୁ ପଡିବ । ସେହିପରି ୱାଇଏସଆର କଂଗ୍ରେସର ଅଧ୍ୟକ୍ଷ ପଦରେ ରହିବା ମୋ ପାଇଁ କଷ୍ଟକର ବୋଲି ମଧ୍ୟ ସେ କହିଛନ୍ତି । ଅନ୍ୟପଟେ ଗତ କିଛି ଦିନ ଧରି ଜଗନ ମୋହନ ରେଡୀ ଓ ଶର୍ମିଳାଙ୍କ ମଧ୍ୟରେ ସମ୍ପତିକୁ ନେଇ ବିବାଦ ସୃଷ୍ଟି ହେଇଥିବା ମଧ୍ୟ ଚର୍ଚ୍ଚା ହେଇଥିଲା ।