ଓଡ଼ିଶାରେ ମାତିଛନ୍ତି ଆନ୍ଧ୍ର ଦଲାଲ : ଶାଗ ମାଛ ଦରରେ ଧାନ କିଣି ଆନ୍ଧ୍ର ଚାଲାଣ କରୁଛନ୍ତି ବ୍ୟବସାୟୀ

623

କନକ ବ୍ୟୁରୋ : ଓଡ଼ିଶାରେ ମାତିଛନ୍ତି ଆନ୍ଧ୍ର ଦଲାଲ । ଶାଗ ମାଛ ଦରରେ ଧାନ କିଣି ଆନ୍ଧ୍ର ଚାଲାଣ କରୁଛନ୍ତି ବ୍ୟବସାୟୀ । ଆଉ ମଣ୍ଡି ଆରମ୍ଭ ନହେଉଣୁ ଚାଷୀଙ୍କ ଅଗଣାରୁ ହେଉଛି ଧାନ ଗାଏବ । ଚଳିତ ବର୍ଷ ମଣ୍ଡି ଆରମ୍ଭରେ ବିଳମ୍ବ ଘଟୁଥିବା ବେଳେ ଏହାର ଫାଇଦା ନେଇ ଦଲାଲମାନେ ଗାଁକୁ ଗାଁ ବୁଲି ଚାଷୀଙ୍କ ଠାରୁ କମ ଦରରେ ଧାନ କିଣି ନେଉଥିବା ଦେଖିବାକୁ ମିଳିଛି ।

ଖୁଲମ ଖୁଲା ଭାବେ ଗାଁରୁ ଧାନ ଉଠାଇ ଆନ୍ଧ୍ରକୁ ପଠାଉଛନ୍ତି ଦଲାଲ । ଚଳିତ ବର୍ଷ ଧାନର ସହାୟକ ମୂଲ୍ୟ ୨୦୪୦ ଟଙ୍କା ପ୍ରତି କ୍ୱିଣ୍ଟାଲ ହୋଇଥିବା ବେଳେ ୧୪ଶହ ପ୍ରତି କ୍ୱିଣ୍ଟାୱ ଦରରେ ଧାନ କ୍ରୟ କରିନେଇଛନ୍ତି ଦଲାଲମାନେ । କାଲିମେଳା, ମାଲକାନଗିରି ସହରାଞ୍ଚଳରୁ ସ୍ପଷ୍ଟ ଦିବାଲୋକରେ ଧାନ ଉଠାଇ ରାତିର ଅନ୍ଧାରରେ ଦଲାଲ ଆନ୍ଧ୍ର ପଠାଉଛନ୍ତି ।