ଶ୍ରୀମନ୍ଦିର ପରିସରରେ ଥିବା ମା’ ବରାହୀଙ୍କର ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଜାଣନ୍ତୁ ମା’ଙ୍କର ମାହାତ୍ମ୍ୟ

55

କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରେ ରହିଛି ମା’ ବାରାହୀ ମନ୍ଦିର । ତାଙ୍କୁ ନାରାୟଣୀ ରୂପରେ ଉପାସନା କରାଯାଏ । ବଡ଼ଦେଉଳର ସୁରକ୍ଷା ପାଇଁ ଯେଉଁ ଅଷ୍ଟଶକ୍ତି ରହିଛି, ତାହା ମଧ୍ୟରୁ ବାରାହୀ ଅନ୍ୟତମ । ସପ୍ତମାତୃକାଙ୍କ ମଧ୍ୟରେ ବାରାହୀ ପଞ୍ଚମ ମହାବିଦ୍ୟା ରୂପେ ପୂଜିତ ।

ଶ୍ରୀମନ୍ଦିରର ଦକ୍ଷିଣଠାରୁ ମାତ୍ର ଶହେ ମିଟର ଦୂରରେ ବିରାଜମାନ ଅଛନ୍ତି ମା’ ବାରାହୀ । ଏହି ଶକ୍ତିପୀଠ ଅତି ପ୍ରାଚୀନ ହୋଇଥିଲେ ମଧ୍ୟ ମନ୍ଦିର ନିର୍ମାଣ ସଂପର୍କରେ କିଛି ନିର୍ଦ୍ଦିଷ୍ଟ ସମୟ ଜଣାପଡ଼ିନାହିଁ । ବର୍ତମାନ ଥିବା ମନ୍ଦିରଟି ଅତି ପ୍ରାଚୀନ । ପରବର୍ତୀ ସମୟରେ ମନ୍ଦିରର ନାଟ ମଣ୍ଡପ ନିର୍ମାଣ କରାଯାଇଛି । ଶ୍ରୀମନ୍ଦିରର ଅନେକ ରୀତିନୀତି ସହିତ ଜଡ଼ିତ ଦେବୀଙ୍କ ପୂଜାର୍ଚ୍ଚନା ।