ସୀମା ବିବାଦକୁ ନେଇ ବିଧାନସଭା ଗୃହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଘଟଣାସ୍ଥଳକୁ କମିଟି ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ନିଆଗଲା ନିଷ୍ପତ୍ତି ।

43

କନକ ବ୍ୟୁରୋ : ସୀମା ବିବାଦକୁ ନେଇ ବିଧାନସଭା ଗୃହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସୀମା ବିବାଦକୁ ନେଇ ଆଲୋଚନା ହୋଇଛି । ଗୃହ କମିଟି ସୀମା ବିବାଦ ରହିଥିବା ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଝାଡଖଣ୍ଡ, ଆନ୍ଧ୍ର, ଛତିଶଗଡ ଓ ପଶ୍ଚିମବଙ୍ଗର ସୀମାବର୍ତ୍ତୀ ଅଞ୍ଚଳରେ ଓଡିଶା ସହ ସୀମା ବିବାଦ ରହିଛି । ତେବେ ରାଜ୍ୟ ସରକାର ସୀମା ବିବାଦକୁ ନେଇ ଯତ୍ନବାନ ଅଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଏଥିସହ ସେ କହିଛନ୍ତି ଆଗକୁ ବିବାଦର ସମାଧାନ କରାଯାଇ, ସେସବୁ ଅଞ୍ଚଳରେ ବିକାଶ କାମକୁ ତ୍ୱରାନ୍ୱିତ କରାଯିବ ।

ସେପଟେ ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ବୈଠକରେ ଯାହା ନିଷ୍ପତ୍ତି କରାଯାଉଛି ତାହା କାର୍ଯ୍ୟକାରୀ କରାଯାଉନାହିଁ । ସେପଟେ କଂଗ୍ରେସ ବିଧାୟକ କହିଛନ୍ତି ସରକାର ସୀମା ବିବାଦର ସମାଧାନ କରିବା ପାଇଁ ଆନ୍ତରିକତା ଦେଖାଉ ନାହାନ୍ତି ।