ଖୋର୍ଦ୍ଧା ସହରରେ ବୁଲୁଛି ହାତୀ: ମେଡିକାଲ ପଛପାଖ ଜନବସତି ଅଂଚଳରେ ବୁଲୁଛି ଦନ୍ତା

37

କନକ ବ୍ୟୁରୋ: ଖୋର୍ଧା ସହର ଭିତରେ ପଶିଲା ଦନ୍ତା ହାତୀ । ଖୋର୍ଧା ମେଡିକାଲ ପଛପାଖ ଜନବସତି ଅଂଚଳରେ ଦେଖିବାକୁ ମିଳିଛି ଦନ୍ତା ହାତୀ । ଗତକାଲି ରାତିରେ ହାତୀ ବୁଲିବା ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ହାତୀକୁ ଘଉଡାଇବାକୁ ବନବିଭାଗ ଦୁଇଟି ଟିମ ପଂହଚିଛି । ପୂର୍ବରୁ ଏହି ଅଂଚଳରେ ଅନେକ ଥର ହାତୀ ଉପଦ୍ରବ ଦେଖାଦେଇଛି । ହାତୀମାନେ ଖୋର୍ଧା ମେଡିକାଲ ପଛପଟକୁ ଆସିଯିବା ଫଳରେ ଲୋକେ ଆତଙ୍କିତ ହୋଇପଡୁଛନ୍ତି । ମେଡିକାଲ ପାଚେରୀକୁ ବି ଅନେକ ଥର ହାତୀ ଭାଙ୍ଗିଛି । ପାଖରେ କାଜୁ ଜଙ୍ଗଲ ଥିବାରୁ ହାତୀମାନେ ଏହି ଜଙ୍ଗଲ ଦେଇ ଖୋର୍ଦ୍ଧା ମୁହାଁ ହେଉଛନ୍ତି । ଏବେ ଧାନ ପାଚିଲା ସମୟ । ତେଣୁ ଖାଦ୍ୟ ଅନ୍ୱେଷଣ ହାତୀ ଚାଲିଆସିଥିବା ଅନୁମାନ କରାଯାଇଛି । ହାତୀ ଚନ୍ଦକାରୁ ଆସୁଥିବା ଅନୁମାନ କାଯାଉଛି । ଗତକାଲି ଏହି ହାତୀକୁ ଖୋର୍ଦ୍ଧା ନିକଟ କୁମାରବସ୍ତର ରତନପୁରରେ ଦେଖିବାକୁ ମିିଳିଥିଲା । ଆଜି ଏହି ହାତୀ ଅରାଙ୍ଗ ତରତୁଆ ଦେଇ ଖୋର୍ଧା ମେଡିକାଲ ନିକଟ ୫୭ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ।