ଓଲଟିଲା ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ । ଘଟଣାରେ ୮ ଛାତ୍ରଛାତ୍ରୀ ଆହତ, ଜଣେ ଗୁରୁତର ।

150

କନକ ବ୍ୟୁରୋ: ଓଲଟିଲା ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ । ଘଟଣାରେ ୮ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଜଣକ ଅବସ୍ଥା ଗୁରୁତର ହେବାରୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଗପହଣ୍ଡି ଜରଡ଼ା ଥାନା ଦେଉଳିଆ ଗାଁ ନିକଟରେ ଘଟିଛି ଦୁର୍ଘଟଣା । ଅଟୋଟି ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବେଳେ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟିବା ପରେ ଅଟୋଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ଘଟଣା ସ୍ଥଳରେ ପହଞ୍ଚି ପିଲାମାନଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅଟୋରେ ୧୦ ଜଣ ଛାତ୍ରଛାତ୍ରୀ ଥିବା ସୂଚନା ରହିଛି ।